Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ ଘର ,ବେଲଗୁଣ୍ଠା ପ୍ରେସକ୍ଲବ ଓ ମାଁ ବୁଢ଼ାକେନ୍ଦୁ ଯୁବଛାତ୍ର ସଂସଦ ମିଳିତ ବୃକ୍ଷରୋପଣ,

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ବାଲୁଙ୍କେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ ଓ ବନ ମହୋତ୍ସବ
ବେଲଗୁଣ୍ଠା,17/07, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ନୂଆଁପଡ଼ା- ରାଇପଡ଼ା ରାସ୍ତାରେ ଅବସ୍ଥିତ ପ୍ରସିଦ୍ଧ ବାଲୁଙ୍କେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର, ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଏବଂ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣ ଏବଂ କଣିହାଁସିଂ ନାଳ ହିଡ଼ରେ 105 ଟି ଶାଗୁଆନ୍ ଚାରା ରୋପଣ କରାଯାଇଥିଲା I ଏହି ଗଛ ସବୁକୁ ମାଆ ବୁଢାକେନ୍ଦୁ ଯୁବ ସଂସଦର ସଦସ୍ୟମାନେ ପାଳି କରି ପାଣି ଦେବା ସହ ଯତ୍ନ ନେବେ ବୋଲି ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ ପ୍ରତିଶୃ୍ତି ଦେଇଥିଲେ I ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ତଥା ବେଲଗୁଣ୍ଠା ପ୍ରେସକ୍ଲବ ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସାଧାରଣ ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ,ଉପସଭାପତି ନିଲୁ ପାତ୍ର,ଇନ୍ଦ୍ର ପରିଡ଼ା, ସାଧାରଣ ସମ୍ପାଦକ ବସନ୍ତ ବିଷୋୟୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ,ସାହିତ୍ୟ ଘର ଏବଂ ମାଆ ବୁଢା କେନ୍ଦୁ ଛାତ୍ର ସଂସଦ ସଦସ୍ୟ ଶିବ ପ୍ରସାଦ ସାହୁ,ଯୋଗେନ୍ଦ୍ର ସେଠୀ, ଲିଟୁ କାମ୍ପ,ନାରାୟଣ ପରିଡ଼ା, ସୁଦାମ ସେଠୀ, ଦୂର୍ଗା ମାଧବ ନାୟକ, ଅର୍ଜ୍ଜୁନ ପ୍ରଧାନ, ଦୁର୍ଜ ଗୌଡ଼, କାଳିଆ ଗୌଡ଼, ସନ୍ତୋଷ ନାୟକ ଏବଂ ଚନ୍ଦନ ମଳିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ I ଆଗାମୀ ଦିନରେ ବେଲଗୁଣ୍ଠା ସାମ୍ବାଦ ସାହିତ୍ୟ ଘର ତରଫରୁ ଆହୁରି ଛଅଟି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ