ସ୍ପେଡ଼ ହାପିନେସ ଫାଉଣ୍ଡେସନ ଦ୍ଵାରା ଆଦିବାସୀ ଜନଜାତି ଓ ପ୍ରବାସୀ ଶ୍ରମିଜଙ୍କ ପାଇଁ ଏନଜିଓ ମାନଙ୍କ ସହ ମିଳିତ ଉଦ୍ୟମ,


ବେଲଗୁଣ୍ଠା, 17/07, ମହାରାଷ୍ଟର ପୁଣେରେ ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଝାଡଖଣ୍ଡରେ ସ୍ଥାନୀୟ ଏନଜିଓ ମାନଙ୍କ ସହଯୋଗରେ ଆଦିବାସୀ ଓ ପ୍ରବାସୀ ଶ୍ରମିକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସଂଗଠନ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ମହାପାତ୍ର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଏନଜିଓ ଓ ଆଦିବାସୀ ଗୋଷ୍ଠୀଙ୍କୁ ଭେଟି ସ୍ୱାସ୍ଥ୍ୟସେବା, ଶିକ୍ଷା, ଶ୍ରମ ଅଧିକାର ଏବଂ ନାଗରିକ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ I ଏହି ଆଲୋଚନାଚକ୍ରରେ ଶ୍ରୀ ମହାପାତ୍ର ଆଦିବାସୀ ସମ୍ପ୍ରଦାୟର ଚିନ୍ତା ଏବଂ ଆକାଂକ୍ଷାକୁ ଧ୍ୟାନରେ ରଖି ସକରାତ୍ମକ ପରିବର୍ତ୍ତନ ପାଇଁ ସେମାନଙ୍କର ସହଭାଗୀ ହୋଇ ଅନୁନ୍ନତ ପଛୁଆ ସମ୍ପ୍ରଦାୟର ଜୀବନଶୈଳିରେ ଅନୁପ୍ରାଣିତ ହୋଇ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବାର ଇଚ୍ଛାପ୍ରକାଶ କରିଥିଲେ । ସମସ୍ତ ଏନଜିଓ ମଧ୍ୟ ଏହାକୁ ସ୍ୱାଗତ କରିଥିଲେ । ବିଶେଷକରି ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନାଗରିକ ଅଧିକାରରେ ଉନ୍ନତି ଆଣିବାରେ ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଯୋଗ ଦେବା ଉଚିତ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସ୍ଥାନୀୟ ଏନଜିଓ ନେଭର୍ ଡାଇଙ୍ଗ୍ ଫାଉଣ୍ଡେସନ୍ ସହିତ ଯୋଗ ଦେଇ ଆଦିତ୍ୟପୁର ଏମ୍ଲି ଛକଠାରେ ଏକ ସ୍ୱାସ୍ଥ୍ୟ ଶିବିର ଏବଂ ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମରେ 100 ରୁ ଅଧିକ ବ୍ୟକ୍ତି ସ୍ୱାସ୍ଥ୍ୟ ନିରିକ୍ଷଣ କରିବା ସହିତ ରକ୍ତ ଦାନ ଶିବିରରେ ଅଂଶଗ୍ରହଣ କରିବାକୁ ଆଗେଇ ଆସିଥିଲେ | ସମାଜ କଲ୍ୟାଣରେ ଅଧିକ ଅବଦାନ ପାଇଁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସହିତ ଭବିଷ୍ୟତରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ନେଭର୍ ଡାଇଙ୍ଗ୍ ଫାଉଣ୍ଡେସନ ଅଧ୍ୟକ୍ଷ ଅଭୟ ସତ୍ୟପାଥୀ ପ୍ରକାଶ କରିଥିଲେ I ଏଥିରେ ସୀମା ସତପଥି , ସଞ୍ଜୟ ଉଦୟ ସତପଥି , ଗିରିଧାରୀ କୈବର୍ତ , ଅଭିନାଶ, ସିକନ୍ଦର , ଲଲିନ୍, ବବି କୈବର୍ତ , ମୀରା ତିୱାରୀ , ଅର୍ଜିତ ସର୍କାର , ମୌସୁମି ମଲ୍ଲିକ , ବିନୋଦ ସତପଥି , ଜେଲି , ସେଦେସଣ ଓ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ଉପସଭାପତି ଜନ୍ମେଜୟ ବିଶ୍ଵାଳଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର ବହୁ ବ୍ୟକ୍ତି ସହଯୋଗ କରିଥିଲେ I ପରିଶେଷରେ ସୌମ୍ୟରଞ୍ଜନ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I