ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨୦ଟି ଆଧ୍ୟାତ୍ମିକ ପୀଠ ଓ ୯ଟି ଗୋଷ୍ଠୀ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୩୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାପଡ଼ିଛି । ଏହି ଅର୍ଥ ବିଭିନ୍ନ ଆଧ୍ୟାତ୍ମିକ କ୍ଷେତ୍ରର ମରାମତି ଓ ନବୀକରଣ ଏବଂ ବିଭିନ୍ନ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଖର୍ଚ୍ଚ ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଟେସିଙ୍ଘା ପଞ୍ଚାୟତର ଗୋଧନେଶ୍ୱର ଶିବ ମନ୍ଦିର ପାଇଁ ୫ ଲକ୍ଷ , ବଡ଼ଖମାର ସ୍ଥିତ ବରାହପଦର ମଠ ପାଇଁ ୪ ଲକ୍ଷ , ସୁବଳୟାର ଜଗନ୍ନାଥ ମନ୍ଦିର ପାଇଁ ୬ ଲକ୍ଷ , କମିରା ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪ ଲକ୍ଷ , ସଂଗ୍ରାମପୁର ପଞ୍ଚାୟତର ଯୁବରାଜପୁର ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪ ଲକ୍ଷ , ସଂଗ୍ରାମପୁର ରଘୁନାଥ ମନ୍ଦିର ପାଇଁ ୪ ଲକ୍ଷ , ପିତାମହୁଲ ଶିବ ମନ୍ଦିର ପାଇଁ ୪ ଲକ୍ଷ , ଡୁଲେଶ୍ୱର ରାମ ମନ୍ଦିର ପାଇଁ ୪ ଲକ୍ଷ , ଖଣ୍ଡହତା ପଞ୍ଚାୟତର ସୁନାରିବେନି ଶିବ ମନ୍ଦିର ପାଇଁ ୫ ଲକ୍ଷ , ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪ ଲକ୍ଷ , ବହଲପଦର ପଞ୍ଚାୟତର କୁନ୍ଦପାଲ ନିକଟସ୍ଥ ଦେଉଳଝୁରି ମଠ ପାଇଁ ୪ ଲକ୍ଷ ଓ ଯୋଗୀମୁଣ୍ଡା ମନ୍ଦିର ପାଇଁ ୪ ଲକ୍ଷ , ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି ବଡଦେଓ ମନ୍ଦିର ପାଇଁ ୪ ଲକ୍ଷ ଓ ଡ୍ୟାମ ସାଇଟ୍ ସ୍ଥିତ ରାମେଶ୍ବର ମନ୍ଦିର ପାଇଁ ୪ ଲକ୍ଷ , କେନଝରିଆପାଲି ମଠ ପାଇଁ ୪ ଲକ୍ଷ , ମୁର୍ଷୁଣ୍ଢି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪ ଲକ୍ଷ , ଉଫୁଲା ପଞ୍ଚାୟତ କାର୍ଯ୍ୟଳୟ ନିକଟରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୫ ଲକ୍ଷ , ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ମୈତ୍ରୀ ସଦନର ଉନ୍ନତିକରଣ ପାଇଁ ୭ ଲକ୍ଷ , ଖଣ୍ଡହତା ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୫ ଲକ୍ଷ , କେନଝରିଆପାଲି ପଞ୍ଚାୟତର ପୁଲେଶ୍ୱର ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୫ ଲକ୍ଷ , ମୁର୍ଷୁଣ୍ଢି ପଞ୍ଚାୟତର କର୍ଡାପାଲ ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୫ ଲକ୍ଷ , ଉଫୁଲା ପଞ୍ଚାୟତର କାନପୁର ମାହେଶ୍ୱରୀ ମନ୍ଦିର ପାଇଁ ୫ ଲକ୍ଷ , ବାଗବର ପଞ୍ଚାୟତର ଚନ୍ଦ୍ରମଣି ମଠ ନିକଟସ୍ଥ ତ୍ରିଦେବ ମନ୍ଦିର ପାଇଁ ୪ ଲକ୍ଷ , ଫୁଲଚରା ମାହେଶ୍ୱରୀ ମନ୍ଦିର ପାଇଁ ୫ ଲକ୍ଷ , ଚମ୍ପାମାଳର ଚମ୍ପେଶ୍ୱର ଶିବ ମନ୍ଦିର ପାଇଁ ୪ ଲକ୍ଷ , ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପାଇଁ ୬ ଲକ୍ଷ , ମେଣ୍ଡାମାଲ ଶିବ ମନ୍ଦିର ପାଇଁ ୪ ଲକ୍ଷ ଓ ହିଲୁଙ୍ଗ ମାହେଶ୍ୱରୀ ମନ୍ଦିର ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି ।
ବୀରମହାରାଜପୁର ବ୍ଲକ ର 29 ଟି ପ୍ରକଳ୍ପ ପାଇଁ 1 କୋଟି 31 ଲକ୍ଷ ଟଙ୍କା ମଞ୍ଜୁରୀ
