ଶ୍ରାବଣ ର ଦ୍ଵିତୀୟ ସୋମବାର ରେ ବୀରମହାରାଜପୁର ର ବିଭିନ୍ନ ଶୈବପିଠରେ ବୋଲବମ୍ ଓ ଶ୍ରଦ୍ଧାଳୁଙ୍କ ସମାଗମ


ବୀରମହାରାଜପୁର : ଲଗାଣ ବର୍ଷା ସତ୍ତ୍ବେ ବୀରମହାରାଜପୁର ଅଂଚଳର ବିଭିନ୍ନ ଶୈବାଳୟ ମାନଙ୍କ ରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରାବଣ ଦ୍ବିତୀୟ ସୋମବାର ଓ ସଂକ୍ରାନ୍ତି ଯୋଗୁଁ ସକାଳୁ ସକାଳୁ ଶିବ ମନ୍ଦିର ମାନଙ୍କରେ ବୋଲବମ ଭକ୍ତ ଙ୍କ ସମେତ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇ ଜଳ ଢାଳିଥିଲେ ।ବୀରମହାରାଜପୁର ଅଂଚଳର ଚମ୍ପାମାଳ ସ୍ଥିତ ପ୍ରଶିଦ୍ଧ ଚମ୍ପେଶ୍ବର ମନ୍ଦିର ,ଗୋଧନେଶ୍ବର ଶିବ ମନ୍ଦିର , ସୁନାରିବେର୍ଣ୍ଣୀ ସ୍ବପ୍ନେଶ୍ବର ମନ୍ଦିର ,ବଡବର୍ଡାକଟା ବାଣେଶ୍ବର ଶିବ ମନ୍ଦିର , ପିତାମହୁଲ ଶିବ ମନ୍ଦିର , ଗୌଡଗାଡ , କୁଞ୍ଜାପାଲି , କେଶଲଗା ସ୍ଥିତ ଯୋଗିମୁଣ୍ଡା , ଠେଙ୍ଗ ଡ୍ୟାମ ରାମେଶ୍ବର ମନ୍ଦିର , କେନଝିରିଆପାଲି ଶିବନ୍ଦିର , ଚୌକା ମନ୍ଦିର ଆଦି ମନ୍ଦିର ମାନଙ୍କରେ ବୋଲବମ ବ୍ରତାଧାରୀମାନେ ଭୋର ସକାଳୁ ଜଳ ପୂର୍ଣ୍ଣ କଳସ ଧରି ପହଞ୍ଚି ଥିଲେ।ମନ୍ଦିର ମାନଙ୍କରେ ଜଳା ଢାଳିବା ପରେ ଦେବ ଦର୍ଶନ କରିଥିଲେ । ଦିନତମାମ ଝିପିଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ଶିବାଳୟ ଗୁଡିକ ଚଞ୍ଚଳ ହୋଇ ପଡିଥିଲା । ବିଭିନ୍ନ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବାନ ର ବ୍ୟବସ୍ଥାମଧ୍ୟ କରାଯାଇଥିଲା।