Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି-ବିଜେପି ଗୋଟିଏ, ଓଡ଼ିଶାବାସୀଙ୍କୁ ଏଠି ଭ୍ରମିତ କରୁଛନ୍ତି: ନରସିଂହ ମିଶ୍ର

ଭୁବନେଶ୍ଵର: ବିଜେଡି-ବିଜେପିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି ବିଜେଡି ସମଦୂରତା କଥା କହୁଛି, କିନ୍ତୁ ବାସ୍ତବତରେ ବିଜେପି ସହ ରହିଛି। ବିଜେପି ଓଡ଼ିଶାରେ 5ଟି ସଚିବଙ୍କ ବିରୋଧରେ କହୁଛି। କେନ୍ଦ୍ରରେ ବିଜେପି ସରକାର, ଚାହିଁଲେ କେନ୍ଦ୍ରକୁ ଡାକି ନେଇ ପାରିବ। ତାହା ନ କରି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଭ୍ରମିତ କରୁଛନ୍ତି।

ନରସିଂହ କହିଛନ୍ତି ଯେ, ସବୁ ବିଧେୟକରେ ଲୋକସଭା, ରାଜ୍ୟସଭାରେ ବିଜେଡି ବିଜେପିକୁ ସମର୍ଥନ କରୁଛି। ଭୟ ଅଛି ବୋଲି ବିଜେଡି ଏମିତି କରୁଛି। ଅନ୍ୟ ଅାଡେ ତଦନ୍ତକାରୀ ସଂସ୍ଥା ରେଡ୍ କରୁଛି, କିନ୍ତୁ ଓଡ଼ିଶାରେ ନାହିଁ। ଏଥିରୁ ପ୍ରମାଣିତ ଦୁଇ ଦଳ ଏକାଠି ଅଛନ୍ତି। ସୂଚନାଯୋଗ୍ୟ, 5ଟି ସଚିବଙ୍କୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି।