Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକ୍ରମଣ ଓ ଲୁଟ ଘଟଣାରେ ଆଉ ଦୁଇ ଗିରଫ, ବ୍ୟାଗ, ସୁଟ୍କେସ ଓ ନଗଦ 93000ଟଙ୍କା ଜବତ,

ବେଲଗୁଣ୍ଠା, 19/07, ଆସିକା ବିଜୁ ପଟ୍ଟନାୟକ ଛକରୁ କେନ୍ଦୁପଦର ଛକରେ ଛାଡ଼ି ଦେବାକୁ କହି କେନ୍ଦୁପଦର ଗ୍ରାମର ଦିଲ୍ଲୀପ ପାତ୍ରଙ୍କୁ ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଗାଙ୍ଗପୁର ପୋଲିସ୍ ସୋମବାର ଦିନ ଦୁଇଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଏହି ମାମଲାରେ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି I ସୋମବାର ସନ୍ଧ୍ୟାରେ ପୋଲିସ୍ ଏହି ଥାନା ଅନ୍ତର୍ଗତ ବଡ଼ସାଦରା ଗ୍ରାମର ନାରାୟଣ ପ୍ରଧାନ ଏବଂ ପ୍ରତାପ ବିଷୋୟୀଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଆଜି ନାରାୟଣ ପ୍ରଧାନଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରଧାନ ଏବଂ ପଣିବନ୍ଧ ଗ୍ରାମର ରମେଶ ସ୍ୱାଇଁଙ୍କୁ ଗିରଫ କରିଛି I ଆଜି ପୋଲିସ୍ ରମେଶ ସ୍ୱାଇଁ ନିକଟରୁ ନଗଦ 39000 ଟଙ୍କା ଜବତ କରିଥିବା ବେଳେ ଶାନ୍ତିଲତା ନିକଟରୁ ଦିଲ୍ଲୀପଙ୍କର ମେଡ଼ିକାଲ୍ କାଗଜପତ୍ର, ପାସପୋର୍ଟ, ଭିସା, କପଡ଼ା, ୱାଟର୍ ହିଟର୍ ଥିବା ଏକ ଲଗେଜ୍ ବ୍ୟାଗ୍ ଏବଂ କପଡ଼ା ଥିବା ଏକ ହାତ ବ୍ୟାଗ୍ ଜବତ କରିଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ପ୍ରକାଶ ଥାଉକି ଶନିବାର ରାତି ସାତ ଘଣ୍ଟା ତିରିଶି ମିନଟ୍ ସମୟରେ କେନ୍ଦୁପଦର ଗ୍ରାମର ଦିଲ୍ଲୀପ ପାତ୍ର ଆସିକା ବିଜୁପଟ୍ଟନାୟକ ଛକରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ କେନ୍ଦୁପଦରରେ ଓହ୍ଳାଇ ଦେବାକୁ କହି ଗାଙ୍ଗପୁର ଥାନା ଖଇରପୁଟି ନିକଟସ୍ଥ ମାଆ ସିଦ୍ଧେଶ୍ଵରୀ ରାସ୍ତାକୁ ଆଣି ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ଠାରୁ ଲୁଟ୍ କରିଥିଲେ I ଏନେଇ ପୋଲିସ୍ 528/23 ରେ ମାମଲା ରୁଜୁ କରି ସୋମବାର ଦିନ ଦୁଇଜଣ ଏବଂ ମଙ୍ଗଳବାର ଦିନ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲୁଟ୍ ଟଙ୍କା ଏବଂ ସାମଗ୍ରୀ ଜବତ କରିବାରେ ସଫଳତା ହାସଲ କରିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ