Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ରୁ ପି ଡି ଏସ୍ ଚାଉଳ ଚୋରା ଚାଲାଣ ଉଦ୍ୟମ ବିଫଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷେମାଲୋଏ ପଞ୍ଚାୟତରୁ ବୁଧବାର ପିଡିଏସ୍ ଚାଉଳ କୁ ପ୍ଲାଷ୍ଟିକ ପ୍ଯାକେଟ ରେ ଭର୍ତ୍ତି କରି ଚୋରା ଚାଲାଣ କରିବା ପାଇଁ ଉଦ୍ଯମ କରୁଥିବା ସନ୍ଦେହ କରି ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି । ଅଭିଯୋଗ ମୁତାବକ ଆଜି ସକାଳ ୮ ଘଣ୍ଟା ସମୟରେ ପଞ୍ଚାୟତ ଗୋଦାମ ଘର ଭିତରେ ୩ ଜଣ ବ୍ଯକ୍ତି ପିଡିଏସ ଚାଉଳ ପ୍ଯାକେଟ ରୁ ପ୍ଲାଷ୍ଟିକ ପ୍ଯାକେଟ ରେ ଭର୍ତ୍ତି କରୁଥିବା ପଞ୍ଚାୟତ କୁ ଚାଉଳ ନେବାକୁ ଆସିଥିବା ହିତାଧିକାରୀ ମାନେ ଦେଖିଥିଲେ । ମାତ୍ର ହିତାଧିକାରୀଙ୍କୁ ଚାଉଳ ଦେବା ବଦଳରେ ଚାଉଳ ଗୋଦାମରେ ଚାଉଳ ପ୍ଲାଷ୍ଟିକ ପ୍ଯାକେଟ ଭର୍ତ୍ତି କରିବାରେ ଲାଗିଥିଲେ । ତେବେ ସେହି ସମୟରେ ଯୋଗାଣ ସହାୟକ ପଞ୍ଚାୟତ ରେ ପହଞ୍ଚି ଥିବାରୁ ତାଙ୍କୁ ସ୍ଥାନିୟ ଲୋକେ କଣ ପାଇଁ ଚାଉଳ ପ୍ଲାଷ୍ଟିକ ପ୍ଯାକେଟ ରେ ଭର୍ତ୍ତି କରାଯାଉଛି ବୋଲି ପ୍ରଶ୍ନ କରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରି ଯାହା କରିବା କଥା କର ବୋଲି କହିଥିବା ଜଣାପଡିଛି । ତେବେ ପଞ୍ଚାୟତରୁ ପିଡିଏସ ଚାଉଳ ଚୋରା ଚାଲାଣ ଉଦ୍ଯମ କରୁଥିବା ସନ୍ଦେହ ରେ ପଞ୍ଚାୟତ ରେ ଉତ୍ତେଜନା ବଢିଥିଲା । ଖବର ପାଇ ଘଟଣା ସ୍ଥଲକୁ ଯୋଗାଣ ସହାୟତା ଅଧିକାରୀ ରାଜକିଶୋର ନାୟକ ପହଞ୍ଚି ପ୍ଲାଷ୍ଟିକ ପ୍ଯାକେଟ ରେ ଭର୍ତ୍ତି ହୋଇଥିବା ୪୪ ପ୍ଯାକେଟ ଚାଉଳ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ