Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ମୁକ୍ତା ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ।

ଗୋପାଳପୁର ୧୯/୭, ଗୋପାଳପୁର ଏନ୍ ଏ ସି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ମୁକ୍ତା ଯୋଜନା ରକାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ଏନ୍ ଏ ସି ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ,ଅଧକ୍ଷ ଏ. ଜାନକୀ ରାମ,ଗୋଷ୍ଟି ସଂରକ୍ଷିକା ସlଗରିକା ବିଷୋୟୀ, ସୋମ ସ୍ୱାସତ୍ ପଟନାୟକ, କାଉନସିଲର ଜି.ମୋହନ ରାଓ ଙ୍କ ସମେତ ସମସ୍ତ କାଉନସିଲ ଉପସ୍ଥିତ ରହି ୧କୋଟି ୧୩ ଲକ୍ଷ ଟଙ୍କା ର ୧୯ ଟି ପ୍ରକଳ୍ପ କୁ ୧୯ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବା ସହ ସମସ୍ତ କାର୍ଯ୍ୟ ସମୟ ସୀମା ମଧ୍ୟରେ କାମ ସାରିବାକୁ କୁହାଯାଇଛି। କାର୍ଯ୍ୟାଦେଶ ପାଇଥିବା ମହିଳା ସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ,ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶଦାତା ଡ଼ଃ ଗୋପବନ୍ଧୁ ଦାଶ ପ୍ରମୁଖ ଙ୍କୁ କୃତଜ୍ଞତା ଜଣାଇଛନ୍ତି।