Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଳନ୍ଥରା ଥାନା ଅଞ୍ଚଳରେ ବାଇକ ଚୋରି ବୃଦ୍ଧି.

ଗୋପାଳପୁର,୧୯/୦୭ ଗତ କିଛି ଦିନ ହେଲା ଗୋଳନ୍ଥରା ଥାନା ଅଞ୍ଚଳରେ ୭ ରୁ ଉର୍ଦ୍ଧ ବାଇକ ଚୋରି ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହେଇଛି lଏହି କ୍ରମରେ ଗତ କାଲି ଦିନ ସାଢେ ୧୨ ସମୟରେ ହିଞ୍ଜିଳିକାଟୁ ସାନ ସାହି ଅଞ୍ଚଳର ଗୌରୀ ଶଙ୍କର ସ୍ୱାଇଁ ନିଜ ହୋଣ୍ଡା ୟୁନିକୋନ ବାଇକ ନଂ ( ଓଡି 0୭ ଏସି -୬୯୧0) ଟି ରୁଚି ଢ଼ାବା ନିକଟରେ ରଖି ଖାଇବାକୁ ଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ବାଇକଟିକୁ ଚୋରି କରି ନେଇଯାଇଥିଲା l ଏ ନେଇ ଗୌରୀ ଶଙ୍କର ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି l ଥାନା କେଶ ନଂ ୩୪୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l ସେହିପରି କିଛି ଦିନ ପୂର୍ବରୁ ଗୋଳନ୍ଥରା ନୂଆଁ ସାହି ଅଞ୍ଚଳର ଦୀପକ ସାହୁଙ୍କ ଘର ନିକଟରେ ଥିବା ସିଡ଼ି ଡିଲେକ୍ସ ଏବଂ ଗୋଳନ୍ଥରା ଗାଁ ହନୁମାନ ମଠ ସାହିର ଶିବ ଖୁଣ୍ଟିଆଙ୍କ ବାରଣ୍ଡାରୁ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି l ବର୍ତମାନ ସୁଦ୍ଧା ପୋଲିସ ଚୋରି ବାଇକ ଉଦ୍ଧାର କରିବାରେ ସକ୍ଷମ ହେଇପାରି ନାହିଁ l