Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡବ୍ଲ୍ୟୁଓଡିସି ସିଇଓ ଙ୍କ କୋକସରା ବ୍ଲକ ଗସ୍ତ,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା।

କୋକସରା/୨୦/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗସ୍ତରେ ବୁଧବାର ଡବ୍ଳୁଓଡିସି ସିଇଓ ଡ଼. ଅଜିତ କୁମାର ମିଶ୍ର ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଶ୍ରୀଯୁକ୍ତ ମିଶ୍ର ଧର୍ମଗଡ଼ରୁ କୋକସରା ବ୍ଳକକୁ ଆସି ପ୍ରଥମେ ଆମପାଣି ପଞ୍ଚାୟତର ଶିଳ୍ପୀ ଗ୍ରାମ କନ୍ଦାଗଡ଼ରେ ପହଞ୍ଚି ଥିଲେ । ସେଠାରେ ଥିବା ପଥର ଖୋଦେଇ କେନ୍ଦ୍ର ପରିଦର୍ଶନ କରି କାରିଗର ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ପରେ ଆମପାଣି ସ୍ଥିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ‘କରକ’ ଜଳପ୍ରପାତ ପରିଦର୍ଶନ କରିବା ସହ ଆମପାଣି ସାପ୍ତାହିକ ବଜାର ପଡ଼ିଆ ନିକଟରେ ଥିବା ବଡ଼ବନ୍ଧ ମୋଡେଲ ଟ୍ୟାଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରୁ ଆମପାଣି ବୁଢ଼ରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଶ୍ରୀଯୁକ୍ତ ମିଶ୍ରଙ୍କୁ ଜଣାଇଥିଲେ। ଏହାପରେ କାଉଡୋଲା ‘୫-ଟି’ ବିଦ୍ୟାଳୟ ପରିଦର୍ଶନ ଓ ସ୍ଥାନୀୟ ଡୁମେରବନ୍ଧ ମୋଡେଲ ଟ୍ୟାଙ୍କ କାର୍ଯ୍ୟ ଦେଖିବା ପରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ଆଲୋଚନା କରିଥିଲେ। ପରେ ଛିଲିପାମାଲ ମଡେଲ ଟ୍ୟାଙ୍କ ଓ ମାଝୀଗୁଡା ପରିଦର୍ଶନ କରି ଫେରିଥିବା ଜଣାପଡିଛି। ଏହି ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ସମୀକ୍ଷା ବିଭାଗ ଅଧିକାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଜେଡ଼ିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ସମେତ ବ୍ଳକର କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ