ଉଲୁଣ୍ଡା ବ୍ଲକ ରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁନାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ବେସ୍ରା ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ଏହି ଶିବିର ରେ ପଂଚାୟତ ସମିତି ଅଧ୍ୟାକ୍ଷା ଶାନ୍ତିଲତା ମିଶ୍ର ଏବଂ ରେଞ୍ଜର ସଞ୍ଜୀବ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ l ସରକାର ଙ୍କ ଗତ ତା -1/1/2022ରୁ ତା -30/03/2023 ପର୍ଯ୍ୟନ୍ତ ଏମ ଜି. ଏନଆରଇଜିଏ., ସି. ଏଫ. ସି , ପାଣ୍ଠିରୁ ବ୍ଲକ ର 17ଗୋଟି ପଂଚାୟତ ରେ ନିର୍ମାଣ ହୋଇଥିବା ପ୍ରକଳ୍ପ ହାତକୁ ନିଆ ଯାଇ ଥିବା ପ୍ରକଳ୍ପ ଏବଂ ଖର୍ଚ୍ଚ ର ବିବରଣୀ ଉପରେ ପଠନ କରିଥିଲେ l ଏହା ସହ 742 ଜଣ ଶ୍ରମିକ ଙ୍କୁ 100 ଦିନର କାମ ଯୋଗାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ 34ଜଣ ଶ୍ରମିକଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ପଂଚାୟତ ରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ନିମ୍ନମାନ ର ହୋଇଥିବା ତଥା ସୂଚନା ଫଳକ ଲାଗି ନ ଥିବା ଏବଂ ଫାଇଲ ଗୁଡିକ ଠିକ ସମୟରେ ପ୍ରଦାନ କରାଯାଇ ନ ଥିବାରୁ ସ୍ଥାନୀୟ ଗ୍ରାମ୍ୟ ସଦନ କର୍ମୀ ମାନେ ହଇରାଣ ହେଉଥିବା ଅଭିଯୋଗ କରିଥିଲେ l ଉକ୍ତ ଶିବିର ରେ ବ୍ଲକର ସମସ୍ତ ଅଧିକାରୀ ଙ୍କ ସହ ବହୁ ଶ୍ରମିକ ଯୋଗ ଦେଇ ଥିଲେ l