Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ସୋନିଆଙ୍କ ସିଟ୍ ନିକଟକୁ ଯାଇ କଥା ହେଲେ ପିଏମ ମୋଦୀ, ପଚାରି ବୁଝିଲେ ସ୍ଵାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ସାରିଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିରୋଧୀ ଦଳ ଏବଂ ବିରୋଧୀ ସାଂସଦଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସୋନିଆ ଗାନ୍ଧୀଙ୍କୁ ଅଭିବାଦନ ଜଣାଇବା ସହ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।
ଗୃହକାର୍ଯ୍ୟ ଆରମ୍ଭ ହେବାର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ନେତାଙ୍କୁ ଅଭିବାଦନ ଜଣାଇଛନ୍ତି। ସେ ବିରୋଧୀ ନେତାଙ୍କ ଆସନ ନିକଟକୁ ଯାଇ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବା ସହ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଶ୍ରୀମତି ଗାନ୍ଧୀ ମଧ୍ୟ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ଜଣାଇଥିଲେ। ଏହି ସମୟରେ ସୋନିଆ ଗାନ୍ଧୀ ଠିକ୍ ଥିବା କହିଥିଲେ ଏବଂ ଚର୍ଚ୍ଚା ପାଇଁ କେବଳ ମଣିପୁର ଏକମାତ୍ର ପ୍ରସଙ୍ଗ ଥିବା କହିଥିଲେ। ଏଥିସହ ପିଏମ ମୋଦୀ ବିରୋଧୀ ନେତାଙ୍କ ହାଲଚାଲ୍ ପଚାରିଥିଲେ।

ଉଲ୍ଲେଖନୀୟ ଆଜି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି। ମହିଳାମାନଙ୍କ କ୍ଷେତ୍ରରେ ଯାହା ଘଟିଛି, କାହାକୁ ଛଡ଼ା ଯିବନି। ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନହାନୀ ଘଟିଛି। ସମସ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନ ଶୃଙ୍ଖଳା ଜମବୁତ କରନ୍ତୁ। ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ଵ ଦିଅନ୍ତୁ। ମୁଁ ଦେଶବାସୀଙ୍କୁ ପ ପ୍ରତିଶ୍ରୁତି ଦେଉଛି ଯେ, ଦୋଷୀଙ୍କୁ ଛଡ଼ାଯିବନି।

ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଏକତାଙ୍କ ବୈଠକ ସରିବା ପରେ ଦିଲ୍ଲୀ ଫେରିଥିଲେ। ବିରୋଧୀ ମେଣ୍ଟଙ୍କ ନୂତନ ନାମକରଣ କରାଯାଇଛି। ୟୁପିଏ ପରିବର୍ତ୍ତେ ମେଣ୍ଟର ନାଁ ଇଣ୍ଡିଆ ରଖାଯାଇଛି। ଏହାକୁ ନେଇ ବାଦ ବିବାଦ ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ