ବୀରମହାରାଜପୁର ବିଧାୟକ ଙ୍କ ବଦାନ୍ୟତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସଦର ଲସ୍ତଲା ଗ୍ରାମର ଦୁଃଖୀ ରାମ ବାରକୁଟିଆ (୨୫) ଜନ୍ମ ରୁ ମୂତ୍ରାଶୟ ସମ୍ବନ୍ଧିୟ ରୋଗରେ ପିଡୀତ । ସର୍ବଦା ଭରଣ ପୋଷଣ ପାଇଁ ଭାଇ ମାନଙ୍କ ଉପରେ ନିର୍ଭରଶୀଳ । ମୂତ୍ରାଶୟ ସମସ୍ୟା ଯୋଗୁଁ ଏକାଧିକ ଥର ଅସ୍ରୋପଚାର କରିସାରିଛନ୍ତି ।ଗରିବ ଶ୍ରେଣୀର ହୋଇଥିବାରୁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଦୁଃଖୀ । ସେ କିଡ଼ନୀ ପଥୁରି ରୋଗରେ ପୀଡ଼ିତ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଭୂବନେଶ୍ୱର ସ୍ଥିତ ସମ୍ ହସପିଟାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ମାତ୍ର ଚିକିତ୍ସା ନିମନ୍ତେ ତାଙ୍କୁ ସପ୍ତାହାନ୍ତ ଅପେକ୍ଷା କରିବାପାଇଁ ସେଠାକାର କର୍ମଚାରୀ ମାନେ କହିଥିଲେ । ସେ ଭାଙ୍ଗି ନ ପଡ଼ି ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ତଥା ସମାଜସେବୀ ଶ୍ରୀ ଗଙ୍ଗାଧର ମହାକୁର ଙ୍କୁ ଯୋଗାଯୋଗ କରିଥିଲେ l ଶ୍ରୀ ମହାକୁର ମଧ୍ୟ ଏ ଵାଵଦରେ ତୁରନ୍ତ ସ୍ଥାନୀୟ ବିଧାୟକ ଶ୍ରୀ ପଦ୍ମନାଭ ଵେହେରା ଙ୍କୁ ଜଣାଇଥିଲେ । ବିଧାୟକ ତତକ୍ଷଣାତ ସମ୍ ହସପିଟାଲ ର ଅଧିକ୍ଷକ ଙ୍କୁ ଗୁରୁତର ରୋଗୀ ର ଚିକିତ୍ସା ନିମନ୍ତେ ଅନୁରୋଧ କରିଥିଲେ । ମାନ୍ୟବର ଵିଧାୟକ ଙ୍କ ହସ୍ତକ୍ଷେପ ଫଳରେ ଆଜି ଶ୍ରୀ ଦୁଃଖୀ ରାମ ବାରକୁଟିଆ ଙ୍କ ର ସଫଳ ଅସ୍ରୋପଚାର ହେବା ସହିତ ସୁସ୍ଥ ଥିବା ଜଣାପଡ଼ିଛି । BSKY କାର୍ଡ଼ ଥିବାରୁ ଭୂବନେଶ୍ୱର ସ୍ଥିତ ସମ୍ ହସପିଟାଲ ଶ୍ରୀ ଦୁଃଖୀ ରାମ ଙ୍କ ଠାରୁ ଚିକିତ୍ସା ନିମନ୍ତେ ଓ ଅସ୍ରୋପଚାର ପାଇଁ କୈଣସି ଅର୍ଥ ଖର୍ଚ୍ଚ କରିଵାକୁ ପଡୁ ନାହିଁ ଵୋଲି ପରିଵାର ସୂତ୍ରରୁ ଜଣାପଡିଛି ।ସେଥିପାଇଁ ତାଙ୍କର ପରିବାର ଓଡ଼ିଶା ସରକାର ଙ୍କୁ ତଥା ମାନ୍ୟବର ଵିଧାୟକ ପଦ୍ମନାଭ ଵେହେରା ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶ୍ରୀ ଦୁଃଖୀରାମ ଗରୀବ ଶ୍ରେଣୀ ତଥା ଆଜନ୍ମ ମୂତ୍ରାଶୟ ରୋଗରେ ପୀଡ଼ିତ ଥିଵାରୁ ତାଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଗ୍ରାମଵାସୀ ଦାବି ଜଣାଇଛନ୍ତି ।