Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋକିମ ଏବଂ ଚିରଞ୍ଜୀବଙ୍କ ସମର୍ଥକଙ୍କ ଦାବି ଭଲ ଥିଲେ ଆମେ AICCକୁ ଜଣାଇବୁ: ସାଲୁଜା

ଭୁବନେଶ୍ଵର: କଟକ ସଦର ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ନିଲମ୍ବନ ସମ୍ପର୍କରେ ମୁହଁ ଖୋଲିଛନ୍ତି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା। ସେ ଶୁକ୍ରବାର କହିଛନ୍ତି ମୋକିମ ଏବଂ ଚିରଞ୍ଜୀବଙ୍କ ସମର୍ଥକଙ୍କ ଦାବି ଭଲ ଥିଲେ ଆମେ ଏଆଇସିସିକୁ ଏହା ଜଣାଇବୁ। ଏହା ପରେ ଏଆଇସିସି ଯାହା ନିଷ୍ପତ୍ତି ନେବ ସେଥିରେ ପିସିସି କିଛି କରି ପାରିବ ନାହିଁ। ଯେ କେହି ବି ପିସିସି ବିରୋଧରେ ମନ୍ତବ୍ୟ ଦେବ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଏନେଇ ଆଜି ସନ୍ଧ୍ୟାରେ ଶୃଙ୍ଖଳା କମିଟିର ଦ୍ଵିତୀୟ ପର୍ଯ୍ୟାୟ ବୈଠକ ବସିବ। ବୈଠକରେ ବିଶୃଙ୍ଖଳା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଥିଲେ, ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ମୋ ପାଖକୁ ଅଭିଯୋଗ ଆସିନି। ସେମାନେ ଚିଠି ପଠାଇଲେ ମୁଁ ହାଇକମାଣ୍ଡଙ୍କୁ ପଠାଇ ଦେବି। କାହା ଟିପ୍ପଣୀ ଉପରେ ମୋତେ ମତ ଦେବାର ନାହିଁ, ଯେଉଁଟା ସତ ସେଇଟା ସତ। ଶୃଙ୍ଖଳା କମିଟିରୁ ଚିଠି ଆସିବା ପରେ ମୁଁ ଏଆଇସିସିକୁ ଚିଠି ଲେଖିଥିଲି। ନିଲମ୍ବିତ ୨ ନେତା ଚିଠି ମାଧ୍ୟମରେ ଜଣାଇଲେ ହାଇକମାଣ୍ଡଙ୍କୁ ପଠାଇବି। ଉଭୟ ନେତା ମୋ ସହ ଆଲୋଚନା ଚାହୁଁଥିଲେ ମୁଁ ରାଜି ଅଛି।

ସୂଚନାଯୋଗ୍ୟ, ନିକଟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ଏଆଇସିସି ପକ୍ଷରୁ କଟକ ସଦର ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ଜୁଲାଇ ୧୫ରେ ନିଲମ୍ବନ କରାଯାଇଛି। ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି। ତଥାପି ଆମେ କଂଗ୍ରେସ ଦଳରେ ଅଛୁ ଏବଂ ଦଳ ପ୍ରତି ଆମେ କୌଣସି ଅନ୍ୟାୟ କରି ନ ଥିବା ଦୁଇ ନେତା କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ