Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପାତ କାଳିନ ତାଲିମ ଶିବିର ଉଦଯାପିତ

ସମ୍ବଲପୁର: ଜିଲ୍ଲା ରେଡକ୍ରସ ପକ୍ଷରୁ ଚାଲିଥିବା ୩ ଦିନିଆଁ ଆପାତ କାଳିନ ଚିକିତ୍ସା (ଫାଷ୍ଟ ଏଡ୍ )ତାଲିମ ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଦେଲଇପଡା କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଥିବା ତାଲିମରେ ଜିଲ୍ଲା ରେଡକ୍ରସର ଆଜୀବନ ସଦସ୍ୟ/ସଦସ୍ୟା ମାନେ ଏଥିରେ ତାଲିମ ଗ୍ରହଣ କରିଥିଲେ। ଏଥିରେ ତାଲିମଦାତା ସୁମନ୍ତ ଦ୍ୱୀବେଦି ଓ ଲିଲାପୂଣ୍ୟ ତିର୍ଥ ସ୍ୱାଇଁ ତାଲିମ ପ୍ରଦାନ କରିଥିଲେ ।ଉଦଯାପନୀ ଉତ୍ସବରେ ରେଡକ୍ରସ ସଂପାଦକ ଜୟ ଜର୍ଜଙ୍କ ଆଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ମହାନଗର ଚିକିତ୍ସା ଅଧିକାରୀ ଡା.ମହେନ୍ଦ୍ର କୁମାର ନନ୍ଦ ମୁଖ୍ୟ ଅତିଥି ଓ ବରିଷ୍ଠ ଡା. ପଞ୍ଚାନନ ନାୟକ ଅତିଥି ଭାବେ ଯୋଗ ଦେଇ ମେଡିକାଲକୁ ନେବା ପୁର୍ବରୁ ଆପାତ କାଳିନ ସେବା ବା ଚିକିତ୍ସା ବହୁ ଗୁରୁତ୍ୱ ପୁର୍ଣ୍ଣ ବୋଲି କହିଥିଲେ।ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଜିଲ୍ଲା ରେଡକ୍ରସ ପକ୍ଷରୁ ପ୍ରମାନ ପତ୍ର ପ୍ରଦାନ କରାଯାଇଥିଲା।ସାଂପ୍ରତିକ ସମୟରେ ବିଭିନ୍ନ ଘଟଣା ଦୂର୍ଘଟଣା ପରେ ଡାକ୍ତର ଖାନାକୁ ନେବା ପୁର୍ବରୁ ଅନେକଙ୍କ ମୃତ୍ୟୁ ବରଣ ହେଉଥିବାରୁ ଜିଲ୍ଲାରେ ଫାଷ୍ଟ ଏଡ (ଆପାତ କାଳିନ ଚିକିତ୍ସା ସହାୟତା) ତାଲିମ ବଡ ଗୁରୁତ୍ୱ ବହାନ କରୁଥିବାରୁ ଏହାକୁ ବିଭିନ୍ନ ସ୍କୁଲ ଓ କଲେଜରେ ଫାଷ୍ଟ ଏଡ୍ ତାଲିମ ପ୍ରତି ଗୁରୁତ୍ୱ ଦିଆଯାଇଛି। ଏହାକୁ ଜିଲ୍ଲା ରେଡକ୍ରସର ପ୍ରମିଳା ବେହେରାପରିଚାଳନା କରିଥିଲେ। ଭାରତୀୟ ରେଡକ୍ରସ୍ ସୋସାଇଟି ରାଜ୍ୟ ଶାଖା ଏଥିରେ ସହାୟତା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ