Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଜର ର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ଆଗାମୀ ଦିନରେ ଏହି ଅନୁଷ୍ଠାନ ଦେଶର ସର୍ବୋଚ୍ଚ ଗବେଷଣା କେନ୍ଦ୍ର ହେବ- ମୁଖ୍ୟ ଅତିଥି

ଗୋପାଳପୁର ,୨୧/୦୭ ଲାଉଡିଗାଁ ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରକ୍ଷା ମନ୍ତ୍ରାଳୟର ପ୍ରାକ୍ତନ ସଚିବ ଡ. ଜି ସତିସ ରେଡ୍ଡୀ ଯୋଗ ଦେଇ ନିଜ ବ୍ୟକ୍ତବ ରେ ଗୋଟିଏ ଦେଶରେ ଯେତେ ପରିମାଣରେ ଗବେଷକ ଓ ବୈଜ୍ଞାନିକ ସଂଖ୍ୟା ବୃଦ୍ଧି ହେବ ସେହି ଦେଶ ସେତେ ସୃଦୃଢ ଓ ଶସକ୍ତ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଦେଶ ଏକ ଲକ୍ଷରୁ ଉର୍ଦ୍ଧ ସଫଳତା ହାସଲ କରିଥିବା ବେଳେ ଏହିପରି ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ। ବ୍ରହ୍ମପୁର ଆଇଜରର ପରିବେଶ ବିଜ୍ଞାନ ଗବେଷଣାର ବିଦ୍ୟାର୍ଥୀଙ୍କ ପାଇଁ ବେଶ ସୌହାର୍ଦ୍ୟପୂର୍ଣ୍ଣ ରହିଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଏହା ଦେଶର ଏକ ସର୍ବୋଚ୍ଚ ବିଜ୍ଞାନ ଓ ଗବେଷଣା କେନ୍ଦ୍ର ଭାବେ ପରିଗଣିତ ହେବ ବୋଲି ମୁଖ୍ୟ ଅତିଥି ଡ ଜି ସତିସ ରେଡ୍ଡୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଆଇଜର ଚେୟାରମେନ ସୁଧିର ଉତ୍ତମଲାଲ ମେହେତା ଆଭାସୀ ମାଧ୍ୟମରେ ଯୋଗଦେଇ
କମ ସମୟ ଭିତରେ ଆଇଜର ଓ ଏହାର ବିଦ୍ୟାର୍ଥୀଙ୍କ ସଫଳତା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଚଳିତ ବର୍ଷ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ ଲାଭ କରିଥିବା ୧୨୦ ଜଣ ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଚଳିତ ଥର ଏହି ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ବିଭିନ୍ନ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବେଶ ସହାୟକ ହେବେ ବୋଲି ଡାଇରେକ୍ଟର ପ୍ରଫେସର ଗାଙ୍ଗୁଲି ମତପୋଷଣ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଡିନ ପ୍ରଫେସର ଯୋଗେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଦିପ କୁମାର ରୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସମସ୍ତ ବରିଷ୍ଟ ପ୍ରଫେସର ମାନେ ମଞ୍ଚାସିନ ଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।