Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଣ୍ଢୋଲ ରେ ଶ୍ରୀ ପଦ୍ଧତି ମାଣ୍ଡିଆ ଚାଷ ଉପରେ ଦୁଇ ଦିନିଆ ତାଲିମ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲ ଗ୍ରାମ ସଭାଗୃହରେ ଓଡିଶା ମିଲେଟ ମିଶନ ଅଧୀନରେ ୭ ଟି ପଞ୍ଚାୟତର ଅଗ୍ରଣୀ ଚାଷୀ ଓ ସିଆରପିଙ୍କୁ ନେଇ ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ ଉପରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଏନ. ସି ସେଠି , ବ୍ଲକ କୃଷି ଅଧିକାରୀ ରଶ୍ମି ରଞ୍ଜନ ଟପ୍ପୋ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ I ଚାଷୀ ମାନଙ୍କୁ ସେମାନଙ୍କ ଉଦ୍ଧେଶ୍ୟ ସମ୍ପର୍କରେ ଜଣାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ସୋନପୁର ତରଫରୁ ସିନିୟର ବୈଜ୍ଞାନିକ ଶ୍ରୀଯୁକ୍ତ ବିଶ୍ୱରଂଜନ ପଟ୍ଟନାୟକ ଏବଂ ସତ୍ୟବ୍ରତ ମଙ୍ଗରାଜ ଯୋଗ ଦେଇ ଶ୍ରୀ ପଦ୍ଧତି ଉପରେ ତାଲିମ ଦେଇଥିଲେ । ଉକ୍ତ ତାଲିମ ଶିବିରରେ ଓଡିଶା ମିଲେଟ ମିଶନ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଭବାନୀ ଶଙ୍କର ମେହେର ପରିଚାଳନା କରିଥିବା ବେଳେ ଏଫ. ଏ ରାଧାର ବ୍ଲକ ସଂଯୋଜକ ସୁଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅତିରିକ୍ତ ବ୍ଲକ ସଂଯୋଜକ ବିନୋଦ ବେହେରା , ଗୌରବ ପ୍ରସାଦ ଦିଗାଲ , ରିଲୁ ବସ୍ତିଆ , ଜଗବନ୍ଧୁ ମେଲ୍ଲୀ ପ୍ରମୁଖ ସାହାଯ୍ୟ କରିଥିଲେ l