Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏ ଆଇ ଡି ଏସ୍ ଓ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ପ୍ରତିନିଧି ଙ୍କ ପକ୍ଷରୁ ୟୁରେଟ ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଦାବି ପତ୍ର ପ୍ରଦାନ

ଗୋପାଳପୁର ୨୧/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆସନ୍ତା ୨୩ ତାରିଖ ରବିବାର ଦିନ ୟୁରେଟ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ ଉକ୍ତ ତାରିଖ କୁ ପରିବର୍ତ୍ତନ କରିବା ପାଇଁ ଆଜି ଅପରାହ୍ନରେ ଏ ଆଇ ଡି ଏସ୍ ଓ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ମାନେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏବଂ ଡେପୁଟି ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟ ବ୍ରତ ପାତ୍ର ଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପିଜି ବିଭାଗର ସମସ୍ତ ପରୀକ୍ଷା ଫଳ ପ୍ରକାଶିତ ହୋଇନଥିବା ବେଳେ ଆସନ୍ତା ୨୩ ତାରିଖରେ ୟୁରେଟ ପରୀକ୍ଷା କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ୟୂରେଟ୍ ପରୀକ୍ଷା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ସେଥିରେ ୪ର୍ଥ ସେମିଷ୍ଟାର ର ବିଦ୍ୟାର୍ଥୀ ମlନେ ପରୀକ୍ଷା ଦେଇ ପରୀକ୍ଷା ଫଳ ବାହାରି ନ ଥିଲେ ମଧ୍ୟ ଆବେଦନ କରିବା ପାଇଁ କୌଣସି ସୂଚନା ଉଲ୍ଲେଖ ନ ଥିବା ବେଳେ ସୂଚନା ନ ଦିଆ ଯାଇ ଅନୈତିକ ଭାବେ କିଛି ବିଦ୍ୟାର୍ଥୀ ଙ୍କ ଅବେଦେନ ପତ୍ର କୁ ଗ୍ରହଣ କରାଯାଇଥିବା ଜଣାପଡିଛି। ଯାହା କି ସମ୍ବିଧାନର ଧାରା ୧୪,୧୫,୧୬ କୁ ସମ୍ପୂର୍ଣ୍ଣ ଖ୍ୟୁଣ କରୁଥିବା ଅଭିଯୋଗ ହୋଇଛି।ଆଇ ଆର୍ ଏଣ୍ଡ ପି ଏମ୍ ଏବଂ ଆଇନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବା ରୁ ସେହି ବିଭାଗର ବିଦ୍ୟାର୍ଥୀ ମାନେ ୟୁରେଟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ଆଇ ଡି ଏସ୍ ଓ ରାଜ୍ୟ ମଣ୍ଡଳ ସଭାପତି ଶିବାନି ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ ଓ ସମ୍ପାଦକ ନାରାୟଣ ସାହୁ କୁଳପତି ଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ଅନୁରୋଧ ପତ୍ର ପ୍ରଦାନ କରିଥିବା ବେଳେ ବିଶ୍ଵବିଦ୍ୟାଳୟର ଛାତ୍ର ଦୂର୍ଗା ମାଧବ ପ୍ରଧାନ ଙ୍କ ନେତୃତ୍ୱରେ କିଛି ଛାତ୍ର କୁଳପତି, କୂଳ ସଚିବ ଓ ସହ ପରୀକ୍ଷା ନିୟନ୍ତ୍ରକ ଙ୍କୁ ପ୍ରଦାନ କରିଥିବା ସହ ଇ ମେଲ ମାଧ୍ୟମରେ ଉଚ୍ଚ ଶିକ୍ଷା ବିଭାଗ ,ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ,ରାଜ୍ୟପାଳ ଙ୍କ କାର୍ଯ୍ୟାଳୟ,ମାନବ ଅଧିକାର ବିଭାଗ କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିବା ଛାତ୍ର ନେତା ଦୁର୍ଗାମାଧବ ପ୍ରଧାନ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ