ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର ଓ ଚିକିତ୍ସା କରି ମାନବିକତା ଦେଖାଇଲେ ଆଞ୍ଚଳିକ ପରିବହନ ଅଧିକାରି ଏବଂ ପରିବହନ ବିଭାଗ ର କର୍ମଚାରୀ ା


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ତରଫ ରୁ ଗାଡ଼ି ତନଖି ସମୟରେ ଝିଙ୍କି ଟିକରା ନିକଟରେ ମୋଟର ସାଇକେଲ ରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ଆହତ ମାନଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନେଇଥିବା ଏକ ଭଲ ଖବର ଆସିଛି l ଆମ୍ବୁଲାନ୍ସ ଆସିବା ରେ ବିଳମ୍ବ ହେବାରୁ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଉପସ୍ଥିତ ଏନଫୋର୍ସମେଣ୍ଟ ଟିମ୍ ର କର୍ମଚାରୀ ମାନେ ବିଭାଗର ଇଣ୍ଟରସେପ୍ଟର ଗାଡ଼ି ରେ ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସେମାନଙ୍କର ଆବଶ୍ୟକ ଚିକିତ୍ସା ର ବ୍ୟବସ୍ଥା କରାଇଥିଲେ । ରାସ୍ତା ଦୁର୍ଘଟଣା ର ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଚିକିତ୍ସା କରାଇଲେ ଗୁଡ଼ ସାମରିଟନ ଯୋଜନା ରେ ସରକାର ଙ୍କ ପରିବହନ ବିଭାଗ ପକ୍ଷ ରୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ବ୍ୟବସ୍ଥା ଅଛି l ଯାହାକି ଆଜି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଏ ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର ଓ ଚିକିତ୍ସା କରାଇ ଥିବା ଯୁବ ପିଢ଼ି ତଥା ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ମାନବିକତା ଦେଖାଇଛନ୍ତି l ଏ ଖବର ଜଣାପଡିବା ରେ ସହର ତଥା ଜ଼ିଲ୍ଲା ର ବୁଦ୍ଧିଜୀବୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଓ ପରିବହନ ବିଭାଗ ର କର୍ମଚାରୀ ଙ୍କ ମହାନତା କୁ ପ୍ରଶଂସା କରିଛନ୍ତି ।