Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଥାନାରେ ପ୍ରେମୀଯୁଗଳଙ୍କୁ ବିବାହ କରାଇଛି ପୋଲିସ ; ଉଭୟେ ସମ୍ପର୍କରେ ଦିଅର -ଭାଉଜ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ଏକ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଛି ପୋଲିସ I ଉଭୟ ପ୍ରେମୀ ଯୁଗଳ ପରସ୍ପରକୁ ଫୁଳମାଳ ଦେଇ ବିବାହ କରି ଜୀବନ୍ ସାଥୀ ଭାବେ ସବୁଦିନ ରହିବାକୁ ଉଭୟେ ନିଷ୍ପତ୍ତି ନେଇଛନ୍ତି I ଉକ୍ତ ସମୟରେ ଥାନା ଅଧିକାରୀ , ଅନ୍ୟାନ୍ୟ ପୋଲିସ ଓ ସେମାନଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଛନ୍ତି । ବିବାହ କରିଥିବା ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ଦିଅର ଭାଉଜ ।ସୁଚନାମତେ ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗ୍ରାମର ଝିଲି ପ୍ରଧାନ (୨୨) ତିନି ବର୍ଷ ପୂର୍ବରୁ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନ ଙ୍କ ସହିତ ବୈଦିକ ରିତିରେ ବିବାହ ହୋଇଥିଲା । ଇତି ମଧ୍ୟରେ ଖଣ୍ଡହତା ପଞ୍ଚାୟତ ବରଘାଟ ଗ୍ରାମର ପରମେଶ୍ବର ପ୍ରଧାନ (୨୩) , ତାଙ୍କ ମାଉସି ପୁଅ ଭାଇ ମାଧବ ଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲି ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମସମ୍ପର୍କ ବଢିଯିବାରୁ ଉଭୟ ଦିଅର ଭାଉଜ ଗତ ସପ୍ତାହେ ପୂର୍ବରୁ ଘରୁ ପଳାଇ ଯାଇଥିଲେ । ପରିବାର ଲୋକେ ଉଭୟଙ୍କୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ସୁବଲୟା ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥନାରେ ଖୋଜାଖୋଜି କରି ଗତ ଗୁରୁବାର ଉଭୟ ପ୍ରମୀ ଯୁଗଳ ଙ୍କୁ ଉଦ୍ଧାର କରି ଥାନା କୁ ଆଣିଥିଲା । ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି କହିଥିଲେ । ପରେ ଥାନା ପରିସର ରେ ଝିଅ ର ବାପା ଘର ଓ ଶଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ବର ଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜ ଙ୍କ ବିଭାହ କରାଯାଇଥିଲା । ବିବାହ ସମୟରେ ସୁବଳୟା ଥାନା ଅଧିକାରି ସୁଶାନ୍ତ କୁମାର ପ୍ରଧାନ , ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ସମେତ ତିନି ପରିବାର ର ସଦସ୍ୟ ଉପସ୍ଥିତ ଥିଲେ । ଉକ୍ତ ଘଟଣାଟି ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ