କୋଟସମଲାଏ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ନୋଟବୁକ ପ୍ରଦାନ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ୫-ଟି ଅନ୍ତର୍ଭୁକ୍ତ କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାଗଣା ନୋଟବୁକ ପ୍ରଦାନ କରାଯାଇଛି । ନବମ ଓ ଦଶମ ଶ୍ରେଣୀର ୧୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ଏହାର ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇଥିଲା । ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ପୂର୍ବରୁ ନୋଟବୁକ କିଣୁଥିଲେ I ଏବେ ସରକାରଙ୍କ ତରଫରୁ ମାଗଣାରେ ପ୍ରଦାନ କରାଯାଇଛି । ପ୍ରତି ଛାତ୍ରଛତ୍ରୀଙ୍କୁ ଗୋଟିଏ ମୋ ସ୍କୁଲ ନୋଟବୁକ ଏବଂ ଗୋଟିଏ ମୋ ପ୍ରକଳ୍ପ ପୁସ୍ତକ ନୋଟବୁକ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୋଭାଶିନୀ ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ସଭାପତି ନଳିନୀକାନ୍ତ ବାଘ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହୀତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜ୍ଞାନପ୍ରକାଶ ଟପ୍ନୋ, ପ୍ରଫୁଲ୍ଲ ସାହୁ, ସାନ ଡାଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।