Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜାରି, ପ୍ରଭାରୀ ଚେଲ୍ଲା କୁମାର ଉପସ୍ଥିତ

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପାଗ ଭିଡ଼ା ଆରମ୍ଭ ହୋଇ ଯାଇଛି। ବିଜେଡି ଏବଂ ବିଜେପି ସହ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ ଶିବିର। ସଂପ୍ରତି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସଂଗଠନ ମଜବୁତ ପାଇଁ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଶନିବାର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର କମିଟିର ବୈଠକ ଜାରି ରହିଛି। ବୈଠକରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି, ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।  

ସୂଚନା ଅନୁଯାୟୀ, ବୈଠକରେ ସଂଗଠନକୁ ସୁଦୃଢ କରିବା  ପାଇଁ ରାଜନୈତିକ ରଣନୀତି ଉପରେ ଆଲୋଚନା ହେଉଛି। ଏହାସହିତ ଯେଉଁ ରାଜନୈତିକ ପ୍ରସ୍ତାବ ପାରିତ ହେବ,  ତାହା କିଭଳି ଦଳ କାର୍ଯ୍ୟକାରୀ କରିବ । ସେନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ପରେ ୨ଟି ପର୍ଯ୍ୟାୟରେ ହେବ ମିଟିଂ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ପିସିସିର ସାଧାରଣ ସଂପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗତକାଲି ସନ୍ଧ୍ୟାରେ ବସିଥିବା ପିସିସି ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଶୁକ୍ରବାର ରାତିରେ ଏହ ସୂଚନା ଦେଇଥିଲେ। ଏହା ପୂର୍ବରୁ କଟକ ସଦର ବିଧାୟକ ମହମ୍ମଦ ମୋକିମ ଏବଂ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ମଧ୍ୟ ସମାନ କାରଣ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ