Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଇରମାଲ ଠାରେ ବାର ପ୍ରକାର ମାଣ୍ଡିଆ ର ଚାରା ରୋପଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ଖଇରମାଳ ଠାରେ 12 ପ୍ରକାର ମାଣ୍ଡିଆ ର ଚାରା ରୋପଣ କରାଯାଇଥିଲା I ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବର୍ଣ୍ଣପୁର ଙ୍କ ତତ୍ତ୍ଵାବଧାନରେ ଗ୍ଲୋବାଲ ଗ୍ରିନ୍ ଏବଂ ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ର ମିଳିତ ଆନୁକୁଲ୍ୟରେ ରେ ପରିଚାଳିତ ଓଡ଼ିଶା ମିଳେଟ୍ ମିଶନ ର PVT ଫିଲ୍ଡ ସୁବର୍ଣ୍ଣପୁର ଜିଲ୍ଲା ଖଇରମାଳ ଠାରେ ମାଣ୍ଡିଆ ର ସହଭାଗୀ କିସମ ଚୟନ ଫିଲ୍ଡ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ବୀରମହରାଜପୂର ବ୍ଲକ ସଂଯୋଜକ ରାଜେଶ ପଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯକ୍ରମ ରେ ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ମେହେର ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ର ସି ଇ ଓ ସୁଧାଂଶୁ ଶେଖର ନାଗ , ବ୍ଲକ୍ ଉପ ସଂଯୋଜକ ବିଶ୍ଵେସ କୁମାର ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାଣ୍ଡିଆ ର ବିଭିନ୍ନ କିସମ ଯଥା ଦୀପକ ,କଙ୍କରା , ଇନ୍ଦ୍ରାବତୀ , ମୟୁରଗୋଡ ,ମାଟିକାନି , ଦଶହରି , ଡଙ୍ଗର , ଖୁଟୁନି , ଲାଲସୁରୁ ଓ ସରକାରୀ କିସମ V.L ମାଣ୍ଡିଆ-379 ର ଚାରା ପକାଇବା ସହ ତାର ଯତ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ପଂଚାୟତ ରେ କାର୍ଯ୍ୟରତ ଭୈରବ ସାହୁ , ପ୍ରଦୀପ ପଧାନ , ପ୍ରେମାନଦ ନାଏକ , ମାନସ ନନ୍ଦ , ପ୍ରଦୀପ ତାଣ୍ଡିଆ , ରୁପାଞ୍ଜଲି କୁମ୍ଭାର ଓ ଖଗେଶ୍ବର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସି ଆର ପି ପ୍ରଦୀପ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।