ହୃଦ୍ଘାତରେ ପୂର୍ବତନ ସମବାୟ ସମିତି ନିର୍ଦେଶକ ଙ୍କ ପରଲୋକ ।


ବେଲଗୁଣ୍ଠା, 23/07, ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସେବା ସମବାୟ ସମିତିର ପୂର୍ବତନ ନିର୍ଦ୍ଦେଶକ ବଳରାମ ପରିଡାଙ୍କର ଆଜି ହୃଦଘାତ ରେ 85 ବର୍ଷ ବୟସରେ ପରଲୋକ ଘଟିଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଇନ୍ଦ୍ର ପରିଡ଼ା, ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ସାମ୍ବାଦିକ ପଞ୍ଚାନନ ସାହୁଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ I ସ୍ଵର୍ଗତ ବଳରାମ ଅଞ୍ଚଳରେ ଜଣେ ଧର୍ମପରାୟଣ ଏବଂ ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ I ସେ ବିଜୁ ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ ହୋଇଥିବା ବେଳେ ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ବାଣାୟତ ଓଡ଼ିଆ ସମାଜ ସଭାପତି, ପାଣି ପଞ୍ଚାୟତ ସଭାପତି ରୂପେ ଦାୟିତ୍ୱ ତୁଲାଇଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ନିଜ ଗ୍ରାମ କେ.ନୂଆଁଗଡ଼ ଶ୍ମଶାନରେ ସ୍ଵର୍ଗତ ବଳରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି ।