Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆମ୍ ଆଦମି ପାର୍ଟିର ଗାଁ କୁ ଚାଲ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଆମ୍ ଆଦମୀ ପାର୍ଟି ତରଫରୁ ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗ୍ରାମରେ ଗାଁ କୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକର ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମୂଲ୍ୟମଣି ରାଣୀପୁର ଏବଂ ମେଣ୍ଡାମାଲ ଗ୍ରାମ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଛି।
ଦିଲ୍ଲି ରେ ଶିକ୍ଷା , ସ୍ବାସ୍ଥ୍ୟ ,ବିଜୁଳି , ପାଣି ଓ ରୋଜଗାରର ସଫଳ ରାଜନୀତି କୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଏବଂ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ ସବୁ ବାଟମାରଣା ହେଉଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶାରେ ଉପଯୁକ୍ତ ହିତାଧିକାରୀ ମାନେ ସୁବିଧା ସୁଯୋଗ ପାଉନଥିବା ର ଅଭିଯୋଗ କରିଥିଲେ । ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକ ଲୋକ ଙ୍କ ଠାରୁ ସଂଗ୍ରହ କରି ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାର ଙ୍କ ନିକଟରେ ପହଞ୍ଚାଇ ସମସ୍ୟା ର ସମାଧାନ କରିବାପାଇଁ ଗାଁ କୁ ଚାଲ ଅଭିଯାନ କରାଯାଉଥିବା ଆପ୍ ର ଜିଲା ସଭାପତି ସୁରେଶ କଲତା ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ସୁରେଶ କଲତା ଙ୍କ ନେତୃତ୍ବରେ ଉପ ସଭାପତି ପୃଥିରାଜ ଜଗଦଲା , ମୁକୁନ୍ଦ ଜଗଦଲା , ମାଧବ ମହାକୁର , ଆତ୍ରୟ ପ୍ରଧାନ , ବାଙ୍କି ବାହାରି ଭୋଇ , ସତ୍ୟନାରାୟଣ ରଥ , ରମାକାନ୍ତ ସୁରୁଯାଲ , ରଞ୍ଜନ ବଗର୍ତ୍ତୀ , ହେମନ୍ତ କୁମାର , ଗୌରୀ ଶଙ୍କର ହୋତା ପ୍ରମୁଖ ଅଭିଯାନ ରେ ସାମିଲ ହୋଇଥିଲେ ।