ବୀରମହାରାଜପୁର କଲେଜ ରେ ପରିଚାଳନା କମିଟିର ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ କଲେଜ ପରିଚାଳନା କମିଟିର ବୈଠକ ରବିବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ କମିଟୀ ର ଅଧ୍ୟକ୍ଷ ସ୍ୱୟମ୍ଭୁନାଥ ଖଣ୍ଡଗିରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭ ରେ କମିଟୀ ର ସମ୍ପାଦକ ତଥା ମହାବିଦ୍ୟାଳୟ ର ଅଧକ୍ଷ ସୁଦାମ ଚରଣ ସାହୁ ବୈଠକର ଉଦ୍ଦେଶ୍ୟ ତଥା ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ । କମିଟୀର ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରୀ ମହାବିଦ୍ୟାଳୟ କୁ ମିଳିଥିବା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଅନୁଦାନ ବିଷୟରେ ବୈଠକରେ ଆଲୋଚନା କରିଥଲେ । ଏହି ସ୍ଵତନ୍ତ୍ର ଅନୁଦାନ ରୁ ମହାବିଦ୍ୟାଳୟ ରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ପାଇଁ ଚାରି ଗୋଟି ସ୍ମାର୍ଟ ଶ୍ରେଣୀ ଗୃହ , ଦୁଇଟି ବିଜ୍ଞାନ ପରୀକ୍ଷାଗାର , ଉଭୟ ଛାତ୍ରୀଛାତ୍ର ଙ୍କ ପାଇଁ ଦୁଇଟି ଲେଖାଏଁ ଶୌଚାଳୟ , ଦୁଇଟି ଇ – ଲାଇବ୍ରେରି ଏବଂ ଦୁଇଟି ପାନୀୟ ଜଳର ବ୍ୟବସ୍ଥା କରାଯିବାକୁ ନିସ୍ପତ୍ତି ନିଆ ଯାଇଛି । ଉକ୍ତ ସମସ୍ତ କାର୍ଯ୍ୟକୁ ପରିଚାଳନା କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତ ବର୍ଷ ଡିସେମ୍ବର ୩୧ ଶୁଦ୍ଧା ସାରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପରିଚାଳନା କମିଟୀ ର ସମସ୍ତ ସଦସ୍ୟ ଶ୍ରେଣୀ ଗୃହ ଗୁଡ଼ିକୁ ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟ ରେ ଗଣିତ ଅଧ୍ୟାପକ ଅଭାବ ଥିବାରୁ ଗଣିତ ଅଧ୍ୟାପକ ନିଯୁକ୍ତି ନିମନ୍ତେ ଆବଶ୍ୟକ ପଦକ୍ଷପ ନେବାକୁ ଅଧ୍ୟକ୍ଷ ଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ଏହି ବୈଠକରେ ପରିଚାଳନା କମିଟି ଅଧ୍ୟକ୍ଷ ସ୍ୱୟମ୍ଭୁନାଥ ଖଣ୍ଡଗିରୀ , ସମ୍ପାଦକ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଦାମ ଚରଣ ସହୁ , ଅଧ୍ୟାପିକା ଗୀତାଞ୍ଜଳୀ ପୂଜାହାରୀ , ଅଧ୍ୟାପକ ଡ. ହିମାଂଶୁ ଶେଖର ପାଢ଼ୀ , ରାଧାକାନ୍ତ ବାଘ , ଶୟଦ୍ ମୂଜାଫର ଅଲି , ରଞ୍ଜିତ ରଥ , ମୌଷମୀ ମେରଲି , ନିଳୀମା ପଣ୍ଡା , ଜଗଦୀଶ ସହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଗୀତାଞ୍ଜଳୀ ପୁଜାହାରି ଧନ୍ୟବାଦ ଅର୍ପଣ କରିଥିଲେ।