ଜନ୍ତୁ ଶିକାର କୁ ମନା କରିବାରୁ ରାଧାକୃଷ୍ଣ ମନ୍ଦିର ର ସନ୍ନ୍ୟାସୀ ଙ୍କୁ ମରଣାନ୍ତକ ଆକ୍ରମଣ ; ଥାନାରେ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିହର ଯୋର ପୋଲିସ ଫାଣ୍ଡି ଅନ୍ତର୍ଗତ ବିରସିଂପୁର ନିକଟରେ ଥିବା ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ଜଣେ ସନ୍ୟାସି ଓ ତାଙ୍କ ସହଯୋଗୀଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ରାତିରେ କିଛି ବ୍ୟକ୍ତି ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ହରିହର ଯୋର ଫାଣ୍ଡିରେ ଅଭିଯୋଗ ହୋଇଛି । ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବିରସିଂପୁର ନିକଟସ୍ଥ ବାଦପୁର ରାଧାକୃଷ୍ଣ ମନ୍ଦିର ରେ ସମ୍ବଲପୁର ଜିଲ୍ଳା ଚାରମାଳ ଥାନା ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ହର ପଧାନ ନାମକ ଜଣେ ବ୍ୟକ୍ତି ବାବା (ସନ୍ୟାସି) ଭାବେ ଦୀର୍ଘ ଆଠ ବର୍ଷ ହେଲା ରହି ଆସୁଥିଲେ । ଏହା ସହିତ ମନ୍ଦିର ରେ ପୂଜାର୍ଚ୍ଚାନା ମଧ୍ୟ କରୁଥିଲେ । ଅଭିଯୋଗକାରୀ ହର ପଧାନ ତାଙ୍କ ଜଣେ ସହଯୋଗୀ ଲୁଲୁ ବଘାର ସହିତ ମନ୍ଦିର ପରିସର ରେ ରହୁଥିଲେ । ଶିନିବାର ବିଳମ୍ବିତ ରାତ୍ରୀରେ ପ୍ରାୟ ୩ ଜଣ ବ୍ୟକ୍ତି ଆସି ଅନ୍ଧାରରେ ଉଭୟଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଆକ୍ରମଣରେ ଅଭିଯୋଗକାରୀ ହର ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ତିନି ଆକ୍ରମଣକାରୀ ଙ୍କ ମଧ୍ୟରୁ ଜଣେ କାଦୋଦର ଗ୍ରାମର କୃତ୍ତିବାସ ବାଘ ବୋଲି ଅଭିଯୋଗ ହୋଇଛି । ଏନେଇ ହରିହର ଯୋର ଫାଣ୍ଡି ରେ ୧୨୩/୨୩ରେ ଏକ ମାମଲା ରୁଜୁ ହୋଇଛି। ମାତ୍ର ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ଶନିବାର ରାତ୍ରୀରେ ଅଭିଯୁକ୍ତମାନେ ସ୍ଥାନୀୟ ସଂରକ୍ଷିତ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଯାଇଥିଲେ । ମାତ୍ର ହର ପଧାନ ଶିକାର କରିବାକୁ ଅଭିଯୁକ୍ତ ଙ୍କୁ ମନା କରିବାରୁ ସେମାନେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା ସୁଚନା ମିଳିଛି । ଅଭିଯୋଗ ପରେ ହରିହର ଯୋର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।