ଉଫୁଳା ପଞ୍ଚାୟତ ର ମାସିକ ବୈଠକରେ କୃଷି ଓ କୃଷକ ର ବିକାଶ ନେଇ ଗୁରୁତ୍ବାରୋପ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତର ମାସିକ ବୈଠକ ପଞ୍ଚାୟତ ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଶ୍ରୀୟା କର୍ମୀ ଉକ୍ତ ବୈଠକରେ ପୌରୋହିତ୍ୟ କରିଥିଲେ । ଏହି ପଞ୍ଚାୟତର ଅଧିକାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭର କରୁଥିବାରୁ ବୈଠକରେ କୃଷି ଓ କୃଷକ ଙ୍କ ବିକାଶ କୁ ଗୁରୁତ୍ୱାରୋପ ଦିଆଯାଇଥିଲା । କୃଷି ବିଭାଗ ତରଫରୁ କୃଷି ଓଭରସିଅର ତଥା ଉଫୁଲା ଗ୍ରାମ ପଞ୍ଚାୟତ କ୍ଷେତ୍ର କର୍ମଚାରୀ ଜୟନ୍ତୀ ଦେହେରି ଯୋଗ ଦେଇ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ର ହିତାଧିକାରୀ ଚୟନ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟା ଓ ସଭ୍ୟ ଙ୍କ ପରାମର୍ଶ ରେ କରାଯିବାକୁ ମତାମତ ଦେଇଥିଲେ । ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ସେ ଗ୍ରାମ ପଞ୍ଚାୟତ ର ସହଯୋଗ କାମନା କରିଥିଲେ l ବୈଠକରେ ପଞ୍ଚାୟତ ର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟନ୍ୱୟନ ନେଇ ଆଲୋଚନା ହୋଇଥିଲା l ଅସହାୟ , ବିଧବା , ଦିବ୍ୟାଙ୍ଗ , ଅବିବାହିତା କନ୍ୟା ମାନଙ୍କ ନୂତନ ମଞ୍ଜୁରୀ ଭତ୍ତା ରାଶି କୁ ସରପଞ୍ଚ ଶ୍ରୀୟl କର୍ମୀ ବଣ୍ଟନ କରିଥିଲେ l ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହେଉଥିବା ଅବ୍ୟବସ୍ଥା ର ଦୂରୀକରଣ ପାଇଁ ଆଲୋଚନା ହୋଇଥିଲା l ନବ ମନୋନୀତ ୨୨ ନମ୍ବର ୱାର୍ଡ ସଭ୍ୟ ସୁଶାନ୍ତ ଜଗଦଲା ଙ୍କୁ ସ୍ୱାଗତ କରା ଯାଇଥିଲା । ଅନୁଷ୍ଠିତ ବୈଠକର ଆଲୋଚନା ରେ ୱାର୍ଡସଭ୍ୟ ଶିବ ମେହେର , ରୁକସନା ବିବି , ଘାସିରାମ ବାଦୀ , ଶ୍ରୀକାନ୍ତ ପଣ୍ଡା ଓ ଅନ୍ୟ ମାନେ ଅଂଶ ଗ୍ରହଣ କରି ନଳକୂପ ଓ ପିଇବା ପାଣି ସମସ୍ୟା ସମାଧାନ ତଥା ପଞ୍ଚାୟତବାସୀ ଙ୍କର ଦାବୀ ଓ ଆପତ୍ତି ଉପରେ ମତାମତ ରଖି ଥିଲେ l ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ଚରଣ ସାହୁ ବୈଠକରେ ବିବରଣୀ ପ୍ରଦାନ କରିଥିବା ବେଳେ ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।