Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେ ମଣିପୁର ଉପରେ କଥା ହେଉଛୁ, ସେ ଇଷ୍ଟ ଇଣ୍ଡିଆ କଥା କହୁଛନ୍ତି, ପିଏମ ମୋଦୀଙ୍କୁ ଖଡ଼ଗେଙ୍କ ହମଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂସଦରେ ମଣିପୁର ସ୍ଥିତି ବିଷୟରେ ବିସ୍ତୃତ ବୟାନ ଦେବା ଉଚିତ୍ ଏବଂ ଦେଶକୁ ଦୃଢ ଭରସା ମିଳିବା ଉଚିତ୍। ରାଜ୍ୟସଭାରେ ଖଡ଼ଗେ କହିଛନ୍ତି, ଆମେ ଏଠାରେ ମଣିପୁର ହିଂସାକୁ ନେଇ ଆଲୋଚନା କରୁଛୁ, କିନ୍ତୁ ପିଏମ ମୋଦୀ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଷୟରେ ଭାଷଣ ଦେଉଛନ୍ତି। ଆମେ ଚାହୁଁଛୁ ପିଏମ ମୋଦୀ ମଣିପୁର ପ୍ରସଙ୍ଗରେ ସଂସଦରେ କୁହନ୍ତୁ। ବର୍ତ୍ତମାନ ମଣିପୁରରେ ଯାହା ଘଟୁଛି ତାହା ସୀମାବର୍ତ୍ତୀ ରାଜ୍ୟ ପାଇଁ ଭଲ ନୁହେଁ। ସମୟ ଆସି ଯାଇଛି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଂହକାର ତ୍ୟାଗ କରି ମଣିପୁର ବିଷୟରେ ଦେଶକୁ ବିଶ୍ଵାସ ଦିଅନ୍ତୁ।

ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଉଚିତ୍ ଯେ, ତାଙ୍କ ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ କଣ କଣ ପଦକ୍ଷେପ ନେଉଛନ୍ତି ଏବଂ ମଣିପୁର ସ୍ଥିତି କେବେ ସ୍ଵାଭାବିକ ହେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲ୍ୟୁସିଭ୍ ଅଲାୟନ୍ସ(ଇଣ୍ଡିଆ)କୁ ଦେଶର ସବୁଠୁ ଦିଗହୀନ ମେଣ୍ଟ ବୋଲି ଆଖ୍ୟା ଦେଇଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ତଥା ଇଣ୍ଡିଆନ ମୁଜାହିଦ୍ଦୀନ ପରି ନାମର ଉଦାହରଣ ଦେଇ ପିଏମ ମୋଦୀ କହିଛନ୍ତି, କେବଳ ଦେଶର ନାମ ବ୍ୟବହାର କରି ଦେଶବାସୀଙ୍କୁ ଭ୍ରମିତ କରାଯାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀ ବିଜେପି ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ