Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଗୁରୁତର ବୃଦ୍ଧା ଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଲେ କୋକସରା ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୫/୦୭ ଆଜିବି ବଞ୍ଚିଛି ମାନବିକତା,କୌଣସି ଏକ ଅଜଣା ବାଇକ ଧକ୍କା ରେ ରାସ୍ତା କଡ଼ ରେ ପଡି ଗୁରୁତର ଥିବା ଜଣେ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର କରି ନିଜ ଗାଡି ରେ କୋକସରା ଡାକ୍ତରଖାନା ରେ ଆଣି ଭର୍ତ୍ତି କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ। ସୂଚନା ମତେ ସୁନାମାଲ ଗ୍ରାମର ଜଣେ ବୃଦ୍ଧା ମହିଳା ଯାହାର ବୟସ ୭୦ ରୁ ଉର୍ଦ୍ଧ ହେବ କୌଣସି କାମ ରେ କୋକସରା ଆସିଥିବା ବେଳେ ଦାସ କଲୋନି ନିକଟରେ କୌଣସି ଏକ ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ସେହି ସମୟ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ସେହି ବାଟ ରେ ଆସୁଥିବା ବେଳେ ଗୁରୁତର ବୃଦ୍ଧା ଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ତାଙ୍କ ପରିବାର କୁ ଖବର ଦେବାପରେ ବୃଦ୍ଧା ଙ୍କ ପୁଅ ଆସି ମା ଙ୍କୁ ଘର କୁ।ନେଇଥିଲେ।ତେବେ ଜନ ପ୍ରତିନିଧି ଙ୍କ ଏହିଭଳି ମାନବିକତା କୁ ସାଧାରଣ ରେ ପ୍ରସଂଶା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ