Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରକାରୀ ପ୍ରଫେସର ପାଇଁ ଚୟନ ହେଲେ ଅଧ୍ୟାପିକା ସିମାରାଣୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ସୀମାରାଣୀ ବେହେରା ଓଡିଶା ଲୋକ ସେବା ଆୟୋଗ ଦ୍ବାରା ଗ୍ରୁପ-୧ ସହକାରୀ ପ୍ରଫେସର ଭାବେ ଚୟନ ହୋଇଛନ୍ତି । ଗତ ୨୩ ତାରିଖରେ ପ୍ରକାଶିତ ଚୟନ ତାଲିକାରେ ସମଗ୍ର ଓଡିଶାରେ ସେ ୭ ମ ସ୍ଥାନ ଅଧିକାର କରି ଚୟନ ହୋଇଛନ୍ତି । ସେ ପୂର୍ବରୁ ଓଡିଶା ଷ୍ଟାଫ ସିଲେକସନ ବୋର୍ଡ ଦ୍ବାରା ଚୟନ ହୋଇ ବୀରମହାରାଜପୁର ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସୀମାରାଣୀ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଶିକ୍ଷା ରେ ଏମଏ , ଏମଫିଲ ଡିଗ୍ରୀ ହାସଲ କରିଥିଲେ । ସେ କଟକ ଜିଲା ତୁଳସିପୁର ମଠସାହି ର କାର୍ତ୍ତିକ ଚନ୍ଦ୍ର ବେହେରା ଓ ନଳିନୀ ବେହେରା ଙ୍କ ଝିଅ ଅଟନ୍ତି । ତାଙ୍କର ଏହି ସଫଳତାରେ ବୀରମହାରାଜପୁର କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କଲେଜ ପରିଚାଳନା କମିଟୀ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।