Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାରଗିଲ ବିଜୟ ଦିବସ: ନିଜ ସୈନିକଙ୍କ ମୃତଦେହ ନେବାକୁ ମନା କରିଥିଲା ପାକିସ୍ତାନ, ହାରୁଥିବା ଲଢେଇ ଏମିତି ଜିତିଥିଲା ଭାରତ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜୁଲାଇ ୨୬ ତାରିଖ ହେଉଛି ଅବିସ୍ମରଣୀୟ ଦିନ। ବିଶେଷ କରି ଭାରତୀୟ ସେନାଙ୍କ ପାଇଁ ଏହି ଦିନଟି ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ଭାରତୀୟ ସେନାର ପରାକ୍ରମ ପୂରା ଦୁନିଆ ଜାଣିଛି। ୧୯୯୯ ମେ ମାସରେ ପାକିସ୍ତାନ ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଭାରତୀୟ ସେନା ଶତ୍ରୁକୁ ଏମିତି ଧୂଳି ଚଟାଇଲା ଯେ ପାକିସ୍ତାନର ମୁଣ୍ଡ ଲଜ୍ଜାରେ ନଇଁ ଯାଇଥିଲା। ଅବସ୍ଥା ଏମିତି ଥିଲା ଯେ, ପାକିସ୍ତାନ ନିଜର ଅନେକ ସୈନିକଙ୍କ ମୃତଦେହ ନେବାକୁ ମନା କରି ଦେଇଥିଲା। କାରଗିଲ୍ ଯୁଦ୍ଧରେ ଭାରତୀୟ ସୈନିକଙ୍କ ଶୌର‌୍ୟ୍ୟର ଗାଥା ସର୍ବଦା ସ୍ମରଣୀୟ ହୋଇ ରହିଛି। ଜୁଲାଇ ୨୬ ତାରିଖ ସେହି ଦିନ ଥିଲା ଯେବେ ଭାରତୀୟ ସେନା ଟାଇଗର ହିଲ୍ ଦଖଲ କରିବା ସହିତ ଅପରେସନ ସମାପ୍ତ ହୋଇଥିବା ଘୋଷଣା କରିଥିଲା। ଏଥର ଦେଶ ୨୪ତମ କାରଗିଲ ବିଜୟ ଦିବସ ପାଳନ କରୁଛି।

ପାକିସ୍ତାନୀ ସୈନିକ କରିଥିଲେ ଅନୁପ୍ରବେଶ, ଏମିତି ଜଣା ପଡ଼ିଲା

ପାକିସ୍ତାନୀ ସୈନିକ କାରଗିଲରେ ଅନୁପ୍ରବେଶ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଭାରତୀୟ ସେନାକୁ ଏହାର ସୁରାଗ ବି ମିଳି ନ ଥିଲା। ୧୯୯୯ ମେ ୩ ତାରିଖରେ ଭାରତୀୟ ସେନାକୁ ଏହାର ସୂଚନା ପଶୁ ଚରାଳିଙ୍କ ପାଖରୁ ମିଳିଥିଲା। ସେତେବେଳକୁ ପାକିସ୍ତାନୀ ସୈନିକ ୬ ନଦର୍ଣ୍ଣ ଲାଇଟ୍ ଇନମ୍ଫାଟ୍ରିର କ୍ୟାପଟେନ ଇଫେତାକାର କାରଗିଲର ଆଜମ ଚୌକି ପହଞ୍ଚି ସାରିଥିଲେ। ସେଠାରେ ଯିବା ବେଳେ କିଛି ଗୃହପାଳିତ ପଶୁ ଚରାଳିଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲା। ଆଉ ସେମାନେ ତୁରନ୍ତ ଭାରତୀୟ ସେନାଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ ପଶୁ ଚରାଳିଙ୍କ ସହ ସୈନିକ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳ ଛାନଭିନ କରିଥିଲେ। ହେଲିକପ୍ଟରରେ ଜରିଆରେ ଯାଞ୍ଚ କରାଯିବା ପରେ ଜଣା ପଡ଼ିଥିଲା ଯେ, ପାକିସ୍ତାନୀ ସୈନିକ ଭାରତୀୟ ସୀମାକୁ ପଶି ଆସିଛନ୍ତି।

୧୯୯୯ ପର୍ଯ୍ୟନ୍ତ ସେଠାରେ ଭାରତୀୟ ସେନାର କେବଳ ଗୋଟିଏ ବ୍ରିଗେଡ୍ ମୁତୟନ ରହୁଥିଲା। ପୁଣି ଶୀତ ଋତୁରେ ଉଭୟ ଦେଶର ସେନା ପଛକୁ ହଟି ଯାଉଥିଲେ। ଏହି ଅଞ୍ଚଳର ଶିଖରର ଉଚ୍ଚତା ୧୪ ହଜାରରୁ ୧୮ ହଜାର ଫୁଟ୍। ପାକିସ୍ତାନୀ ସେନା ଏଲଓସିରୁ ପାଖାପାଖି ୧୦ କିଲୋମିଟର ପର‌୍ୟ୍ୟନ୍ତ ଭିତରକୁ ପଶି ଆସିଥିଲେ। ଥଣ୍ଡା ସମୟରେ ପାହାଡ଼ର ଶୀର୍ଷରେ ନିଜର ବଙ୍କର ନିର୍ମାଣ କରି ଦେଇଥିଲେ। ମେ ୩ରେ ଭାରତୀୟ ସୈନିକ ସେଠାରେ ପହଞ୍ଚିବାରୁ ପାକ୍ ସୈନିକ ବନ୍ଦୀ କରି ନେଇଥିଲେ।

ସର୍ବପ୍ରଥମେ ଭାରତୀୟ ସେନାକୁ ତୋଲୋଲିଙ୍ଗ ଶିଖର ଦଖଲ କରିବାକୁ କାମ ଦିଆଯାଇଥିଲା। ଲେଫ୍ଟନାଣ୍ଟ ଜେନେରାଲ ମୋହିନ୍ଦ ପୁରୀଙ୍କ ନେତୃତ୍ଵରେ ପ୍ରଥମ ଉଦ୍ୟମ ବିଫଳ ରହିଥିଲା। ଏହା ପରେ ଦୁଇ ରାଜପୁତାନା ରାଇଫଲ୍ସକୁ ଏହାର ଦାୟିତ୍ଵ ଦିଆଯାଇଥିଲା। ଏହି ଶିଖରରେ କୋବରା ଦିଗେନ୍ଦ୍ର ସିଂ ଏକାକୀ ହିଁ ୪୮ ପାକିସ୍ତାନୀ ସୈନିକଙ୍କ ନିପାତ କରିଥିଲେ। କ୍ୟାପଟେନ୍ ବିଜୟନ୍ତଙ୍କ ମଧ୍ୟ ଏହି ଶିଖର ଦଖଲ କରିବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଥିବା କୁହାଯାଏ। ଜୁନ ୧୩ରେ ଭାରତୀୟ ସେନା ତୋଲୋଲିଙ୍ଗ ଶିଖର ଦଖଲ କରିବାରେ ସଫଳ ହୋଇଥିଲା।

୧୯୯୯ ଜୁଲାଇ ୮ ତାରିଖରେ ଭାରତୀୟ ସେନା ଟାଇଗର ହିଲରେ ତ୍ରିରଙ୍ଗା ଲହରାଇଥିଲା, ଯାହା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଏହି ଯୁଦ୍ଧରେ ବାହାଦୂରୀ ସହ ଲଢିଥିବା କ୍ୟାପଟେନ୍ ବିକ୍ରମ ବତ୍ରା ସହିଦ ହୋଇଥିଲେ। ମାତ୍ର ସହିଦ ହେବା ପୂର୍ବରୁ ସେ ପଏଣ୍ଟ ୫୧୪୦ର ଶିଖରକୁ କବଜା କରି ସାରିଥିଲେ। ଟାଇଗର ହିଲର ବକାଦ ବାଟାଲିକ ସେକ୍ଟରର ଜୁବର ହିଲକୁ ମଧ୍ୟ ଭାରତୀୟ ସେନା ନିଜ କବଜାକୁ ନେଇଥିଲେ। ଏହି ହିଲରେ ମେଜର ସରବନନ ସହିଦ ହୋଇଥିଲେ। ଦୁଇ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତର ୫୨୭ ସୈନିକ ସହିଦ ହୋଇଥିଲେ। ଅନ୍ୟପଟେ ପାକିସ୍ତାନର ଶବର ଗଣତି କରିବା ମୁସ୍କିଲ ଥିଲା।

ପାକିସ୍ତାନ ନିଜ ଦେଶର ସୈନିକଙ୍କ ଶବ ନେବାକୁ ମନା କରି ଦେଇଥିଲା

ଯୁଦ୍ଧ ସରିବା ପରେ ସେନାର ବଙ୍କର ଏବଂ ଖାଇରେ ପାକିସ୍ତାନୀ ସୈନିକଙ୍କ ମୃତଦେହ ପଡ଼ି ରହିଥିଲା। ଭାରତୀୟ ସେନା ଏହାର ଚିହ୍ନଟ ଆରମ୍ଭ କରିଥିଲେ। ସୈନିକଙ୍କ ବ୍ୟାଗ ଏବଂ ପକେଟରେ ଥିବା କାଗଜରୁ ସେମାନଙ୍କର ଚିହ୍ନଟ କରାଯାଉଥିଲା। ପାକିସ୍ତାନ ଦୁନିଆକୁ ଏହା ଜଣାଇବାକୁ ଚାହୁଁନଥିଲା ଯେ, କାରଗିଲ୍ ଯୁଦ୍ଧରେ ତାର କେତେ ବଡ଼ କ୍ଷତି ଘଟିଛି। ଏହାକୁ ଲୁଚାଇବା ପାଇଁ ପାକିସ୍ତାନ ନିଜ ସୈନିକଙ୍କ କଥା ବି ଚିନ୍ତା କରି ନଥିଲା। ପଡ଼ୋଶୀ ଦେଶ ମାତ୍ର ୫ ସୈନିକଙ୍କ ମୃତଦେହକୁ ସ୍ଵୀକାର କରିଥିଲା। ଏଥିରେ କ୍ୟାପଟେନ୍ କର୍ଲ ଶେର ଖାନଙ୍କ ମୃତଦେହ ମଧ୍ୟ ସାମିଲ୍ ଥିଲା। ଯାହାଙ୍କୁ ପାକିସ୍ତାନୀ ସେନା ସର୍ବୋଚ୍ଚ ସୈନ୍ୟ ପୁରସ୍କାର ନିଶାନ ଏ ହାଇଦରରେ ସମ୍ମାନିତ କରିଥିଲା। କୁହାଯାଏ ଯେ, ଭାରତୀୟ ସେନା ଶେର ଖାନଙ୍କ ପକେଟରେ ଏହା ଲେଖିକରି ରଖିଥିଲେ, ପାକିସ୍ତାନର ଏହି ସୈନିକ ବହୁତ ବାହାଦୂରୀର ସହ ଲଢିଥିଲେ।

More Stories