Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହିପାରିଲେନି ମା’ଙ୍କ କଷ୍ଟ, ପାୱାର୍ ଚ୍ୟାନେଲରୁ ଡେଇଁ ଜୀବନ ହାରିଲେ…

ବୁର୍ଲା: ସମ୍ବଲପୁର ବୁର୍ଲା ପାୱାର୍ ଚ୍ୟାନେଲ୍ ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଉକ୍ତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲାର ମହାଲକ୍ଷ୍ମୀନଗରର ନିବାସୀ ୨୪ ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ସେ ନିଜ ଅସୁସ୍ଥ ମା’ଙ୍କ ଯନ୍ତ୍ରଣା ସହିନପାରି ବୁର୍ଲା ପାୱାର୍ ଚ୍ୟାନେଲ୍ ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଥିବା ବେଳେ ପୁଅର ଶବ ଶନିବାର ଉଦ୍ଧାର ହୋଇଥିଲା। ଆଉ ପୁଅର ମୃତ୍ୟୁ ଖବର ଶୁଣି ମା ଚରୁପମା ମିଶ୍ରଙ୍କ ମଧ୍ୟ ଦେହାନ୍ତ ହୋଇଯାଇଛି। ସୌରଭଙ୍କ ମା’ ସ୍ନାୟୁ, ହୃଦରୋଗ, ବୃକକ ରୋଗରେ ପୀଡିତ ହୋଇ ବୁର୍ଲା ମେଡିକାଲ୍ କଲେଜ ର ନେଫ୍ରୋଲୋଜି ବିଭାଗରେ ଗୁରୁତର ଅବସ୍ଥାରେ ଭର୍ତ୍ତି ଥିଲେ। ମାଙ୍କ ଏହି ଯନ୍ତ୍ରଣା ଦେଖି ସୌରଭ ମାନସିକ ଭାବେ ଭାଙ୍ଗିପଡ଼ି ଶେଷରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ପଦକ୍ଷେପ ନେଇଥିଲେ।

ମୃତ୍ୟୁ ପୂର୍ବରୁ ସୌରଭ ନିଜ ମାଙ୍କର ମୋବାଇଲ୍‌କୁ ଏକ ଶେଷ ମେସେଜ୍ ପଠାଇଥିଲେ। ସେଥିରେ ଲେଖା ଥିଲା—”ମାଆ, ମୁଁ ତୁମର ଯନ୍ତ୍ରଣା ଦେଖିପାରୁନି। ବୁର୍ଲା କେନାଲରୁ ଡେଇଁ ମୁଁ ମୋର ଜୀବନକୁ ଶେଷ କରୁଛି।” ତେବେ ପୁଅ ସୌରଭଙ୍କ ଏଭଳି ନିଷ୍ପତି ପରେ ପରେ ମାଙ୍କ ର ମଧ୍ୟ ଦେହାନ୍ତ ହୋଇଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ