Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର, ସମସ୍ୟାର ସମାଧାନ ନହେଲେ ଅଗଷ୍ଟ ୯ ରେ ଅନଶନ

ଚିପିଲିମା, ୨୬/୭ ସମ୍ବଲପୁର ଜିଲ୍ଲା କୁଦ ଗୁଣ୍ଡେରପୁର ପଞ୍ଚାୟତ ତଥା ଆଖପାଖର ବିଭିନ୍ନ ସମସ୍ୟା ନେଇ ଗତ କିଛିଦିନ ତଳେ ସଂଗ୍ରାମ ସମିତି ସଭାପତି ସୌମିତ୍ରୀ ପାଢ଼ୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ସେଥିରେ ସମାଧାନ ନହେଲେ ଗତ ୯ ତାରିଖରେ ଅନଶନ ପାଇଁ ଚେତାବନୀ ଦେଇଥିଲେ।ସମାଧାନ ନହେବାରୁ ପୁଣି ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।ସମସ୍ୟାର ସମାଧାନ ନହେଲେ ଆସନ୍ତା ୯ ତାରିଖରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ସଂଗ୍ରାମୀ ପାଢ଼ୀ ଚେତାବନୀ ଦେଇଛନ୍ତି।ସମସ୍ୟା ମଧ୍ୟରେ ନବନିର୍ମିତ ପୋଲ ତଥା ଉଭୟ ପାର୍ଶ୍ୱରେ ଅଲୋକୀକରଣ, ହାଇସ୍କୁଲ ରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ, ପୁରୁଷ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବଦଳିକୁ ବାତିଲ, ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ହୁମା ପଟକୁ ଏକ ପୋଲ ନିର୍ମାଣ ଭଳି ୯ ଦଫା ଦାବୀରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ