Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁକୁ ବିପଦ ସାଜିଛି ବିଦ୍ୟୁତ୍ ଖୁମ୍ବ

ସମ୍ବଲପୁର(ପଧାନପାଲି):ଗାଁକୁ ବିପଦ ସାଜିଛି ବିଦ୍ୟୁତ ଖୁମ୍ବ।ଖୁମ୍ବ ଗୁଡିକ କେତେବେଳେ ଯେ କେଉଁ ଘଟଣା ଘଟାଇବ ତାହା ଏହି ଚିତ୍ରରୁ ସ୍ୱଷ୍ଟ ହୋଇଯାଉଛି। ସୁରକ୍ଷିତ ସେବା ପ୍ରଦାନ ଦିଗରେ ବିଭାଗୀୟ କାର୍ଯ୍ୟ ଦକ୍ଷତା ଅଭାବରୁ କେବଳ ଏଭଳି ପରିସ୍ଥିତି ସୃଷ୍ଟି ହେଉନି। ବରଂ ସରକାରୀ ଅର୍ଥକୁ କାମଚଳା ଭାବରେ ଦାୟିତ୍ୱ ସାରିଦେଉଥିବାରୁ ଓ ଚୁକ୍ତି ଭିତ୍ତିକ କାମ ସଂପାଦନ କ୍ଷେତ୍ରରେ ଅଧିକାରି ମାନଙ୍କ ଟାଲଟୁଲ ନିତି ନେଇ ଏଭଳି ମାନବକୃତ ଦୁର୍ଘଟଣାକୁ ଡାକି ଆଣିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯୁଯୋମୁରା ବ୍ଲକ୍ ବାହାମ ଗ୍ରାମ ପଞ୍ଚାୟତର ପଧାନପାଲି ଗ୍ରାମରେ । ୨ ବର୍ଷ ତଳେ ପୋତା ଯାଇଥିବା ବିଦ୍ୟୁତ ଖୁମ୍ବ ଏବେ ଶୋଇବାକୁ ବସିଲେଣି । ଖୁମ୍ବ ସବୁ ପୋତିବାକୁ ଯେଉଁ ସରକାରୀ ନିୟମ ରହିଛି ତାହା ଉଲଙ୍ଘନ ହେବା ଫଳରେ ଏଭଳି ବିପତ୍ତି ଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଖୁମ୍ବ ଗୁଡିକ କଙ୍କ୍ଲିଟ କରା ନଯାଇ କେବଳ ମାଟି ବାଲି ପଥର ଠେସି ପୋତି ଦିଆ ଯାଇଥିବାରୁ ଏଭଳି ଆସନ୍ନ ଦୂର୍ଘଟଣାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ଏଭଳି ବିଦ୍ୟୁତ ଖୁମ୍ବକୁ ନେଇ ଗ୍ରାମବାସୀ ଭୟଭିତ ଥିବା ବେଳେ ବିଦ୍ୟୁତ ବିତରଣ ଓ ଏହାର ସଦୁପୋଯୋଗ ପାଇଁ ଠିକା ନେଇଥିବା ଟିପିଡବ୍ଲୁଡିଏଲ ନିଜର କିଭଳି ତତ୍ପରତା ଦେଖାଇ ଆସନ୍ନ ଦୂର୍ଘଟଣାକୁ ଏଡାଇ ପାରୁଛି ତାହାହିଁ ଏବେ ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ