ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ସୁବଳୟା ରାଜସ୍ବନିରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଟିକ୍ରାପଡା ଗ୍ରାମର ଖେଳପଡିଆ ରୁ ଜବର ଦଖଲ ଉଚ୍ଛେଦ କରିଛି ପ୍ରଶାସନ । ସୁଚନାଯୋଗ୍ୟ ଯେ ଟିକ୍ରାପଡା ଗ୍ରାମ ଖେଳ ପଡିଆରେ ଗ୍ରାମର ଯୁବକ ମାନେ କ୍ରିକେଟ , ଫୁଟବଲ ଖେଳା ଖେଳି କରନ୍ତି । ଏହା ସହିତ ଗ୍ରାମ ସ୍କୁଲର ପ୍ରତ୍ୟେକ ଖେଳ , ମାସ ଡ୍ରିଲ ଆଦି କାର୍ଯ୍ୟକ୍ରମ ମଧ୍ୟ ଉକ୍ତ ପଡିଆରେ କରାଯାଏ । ମାତ୍ର କିଛି ଦିନ ହେଲା ଗ୍ରାମର କେତେକ ବ୍ୟକ୍ତି ଯୋର ଜବରଦସ୍ତ ଖେଳ ପଡିଆର ସୀମାରୁ ଜବର ଦଖଲ ଆରମ୍ଭ କରୁଥିଲେ । ପରବର୍ତ୍ତି ସମୟରେ ସେମାନେ ଗ୍ରାମ୍ୟ କମିଟୀର ନିସ୍ପତ୍ତି କୁ ଅବମାନନା କରି ପଡିଆର ଆହୁରି ଅଂଶ କୁ ବାଡା ଦେଇ ସେଠାରେ ପାଇଖାନା କରବା ସହିତ ନିଜ ନିଜ ଅକ୍ତିଆର କରୁଥିଲେ । ଏନେଇ ଗ୍ରାମରେ ବୈଠକ କରି ସେମାନଙ୍କୁ ଉକ୍ତ ଜବର ଦଖଲ ଛାଡିବାକୁ କୁହା ଯାଇଥିଲା । ମାତ୍ର ସେମାନେ ଗ୍ରାମର ନିସ୍ପତ୍ତି କୁ ମଧ୍ୟ ଅବମାନନା କରୁଥିଲେ ।ଏନେଇ ଗ୍ରମାବାସୀ ଓ ଯୁବକମାନେ ଗ୍ରାମର ଉକ୍ତ ଖେଳ ପଡିଆରୁ ଜବର ଦଖଲ ଉଚ୍ଛେଦ କରିବାକୁ ବାରମ୍ବାର ବୀରମହାରାଜପୁର ତହସିଲଦାର ଓ ସୁବଳୟା ରାଜସ୍ବ ନିରିକ୍ଷକ ଙ୍କୁ ଅଭିଯୋଗ କରୁଥିଲେ। ତହସିଲ ତରଫରୁ ଉକ୍ତ ଖେଳ ପଡିଆ କୁ ଯାଇ ତଦାରଖ କରାଯାଇଥିଲା । ପରେ ଜବର ଦଖଲ କରିଥିବା ଗ୍ରାମର ଦଶ ଜଣ ଜବର ଦଖଲକାରୀ ଙ୍କୁ ୧୫ ଦିନ ଭିତରେ ଉକ୍ତ ଜାଗା ଛାଡିବାକୁ ନୋଟିସ କରାଯାଇଥିଲା । ସେମାନେ ଉକ୍ତ ଜମି ଛାଡି ନ ଥିବାରୁ ପ୍ରଶାସନ ତରଫରୁ ବୁଧୁବାର ଜବର ଦଖଲ ଉଚ୍ଛେଦ କରାଯାଇଛି । ଜେସିବି ଲଗାଇ ଜବର ଦଖଲ ହୋଇଥିବା ପଡିଆର ଉକ୍ତ ଅଂଶ ରୁ ଉଚ୍ଛେଦ କରାଯାଇଛି । ଜବର ଦଖଲ ଉଚ୍ଛେଦ ସମୟରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଙ୍କ ସମେତ ସୁବଳୟା ରାଜସ୍ବ ନିରିକ୍ଷକ ଜୟଶ୍ରୀ ମେଣ୍ଡିଲି , ଏସ ଆଇ ଦିପ୍ତୀରଞ୍ଜନ ଦିଗାଲ ,ଏଏସଆଇ ଗୌରହରୀ ମେହେର , କୃଷ୍ଣଚନ୍ଦ୍ର ସିନ୍ଦ୍ରିଆ ଙ୍କ ସମେତ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ । ଜବର ଦଖଲ ଉଚ୍ଛେଦ ପରେ ଗ୍ରାମବାସୀ ପ୍ରଶାସନ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ପ୍ରଶାସନ ଦ୍ଵାରା ଟିକରାପଡ଼ା ଖେଳ ପଡ଼ିଆରୁ ଜବର ଦଖଲ ଉଚ୍ଛେଦ ଅଭିଯାନ
