ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଆଦୀବାସି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଗତ ଦିନରେ ମଣୀପୁର ରାଜ୍ୟରେ ହୋଇଥିବା ଆଦୀବାସି ମହିଳାଙ୍କୁ ଗଣ ଦୁଷ୍କର୍ମ ପ୍ରତିବାଦ ଓ ଆଦୀବାସି ମହିଳା ମାନଙ୍କୁ ସୁରକ୍ଷା ଦେବାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଆନ୍ଦୋଳନରେ ଜିଲ୍ଲା ଆଦୀବାସି ସଙ୍ଘ ପକ୍ଷରୁ ଶତାଧିକ ଆଦୀବାସି ସାମିଲ ହୋଇ କେନ୍ଦ୍ରସରକାର ବିରୋଧରେ ବିଭିନ୍ନ ନାରା ଦେଇଥିଲେ । ମଣୀପୁର ଘଟଣାରେ ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଉଚିତ ଦଣ୍ଡାଦେଶ ତଥା ଫାସି ଦଣ୍ଡ ଦିଆଯଉ ବୋଲି ଦାବୀ କରିଛନ୍ତି । ଆଗାମି ଦିନରେ ଆଦୀବାସି ମାନଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ଦୃଷ୍ଟି ନଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆଦୀବାସି ମାନେ ।