Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଲେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ରୁତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ବିହନ ସାର କୀଟନାଶକ ଯୋଗାଣ ,ଜଳ ପରିଚାଳନା, ମୃତ୍ତିକା ପରୀକ୍ଷଣ, କୃଷି ଉଦ୍ୟୋଗ ସ୍ଥାପନ ଇତ୍ୟାଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ସେଠୀ ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷିକ୍ଷେତ୍ରରେ ବିଗତ ବର୍ଷର କାର୍ଯ୍ୟକାରିତା ଓ ଚଳିତ ଖରିଫ୍ ୠତୁ ରେ ଜିଲ୍ଲାର କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ବିଭିନ୍ନ କ୍ଷେତ୍ରରେ ରହିଥିବା ଲକ୍ଷ୍ୟ ଧାର୍ଯ୍ୟ ଓ କାର୍ଯ୍ୟ ଖସଡ଼ା ସମ୍ବନ୍ଧରେ ସୂଚନା ଦେଇଥିଲେ l ଏହି ରୁତୁରେ ଜିଲ୍ଲାରେ ୭୦୫୦୦ ହେକ୍ଟରରେ ଧାନ ଚାଷ କରାଯାଇ ୪୧୨୨୫୮ମେଟ୍ରିକ ଟନ , ଡାଲି ୧୬୦୫୦ ହେକ୍ଟର ରେ ଚାଷ କରାଯାଇ ୧୨୯୩୦ ମେଟ୍ରିକ ଟନ, ତୈଳବୀଜ ୪୦୨୦ ହେକ୍ଟରରେ ୨୭୦୦ ମେଟ୍ରିକ ଟନ , ତନ୍ତୁ ଜାତୀୟ ୫୭୮୦ହେକ୍ଟର ଚାଷ କରାଯାଇ ୧୯୭୪ମେଟ୍ରିକ ଟନ, ପନିପରିବା ୨୯୩୬୦ ହେକ୍ଟର ଚାଷ କରାଯାଇ ୩୬୪୯୫ ମେଟ୍ରିକ ଟନ,ମସଲା ୧୦୦୦ହେକ୍ଟର ଚାଷ କରାଯାଇ ୧୮୩୩ମେଟ୍ରିକ ଟନ ଏବଂ ଆଖୁ ୨୦ ହେକ୍ଟର ଜମିରେ ଚାଷ କରାଯାଇ ୨୮୨୦ ମେଟ୍ରିକ ଟନ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ସେହିପରି ଉଦ୍ୟାନ କୃଷି ଚାଷ ନିମନ୍ତେ ୪୫୦ ହେକ୍ଟର ଜମିରେ କରାଯିବାକୁ ଲକ୍ଷ୍ୟ ରହିଥିବା ବିଭଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା l ଜିଲ୍ଲାକୁ ଧାର୍ଯ୍ୟ ପରିମାଣ ମୁତାବକ ୧୦୪୨୧.୦୦ ମେଟ୍ରିକ ଟନ ଚାଷ ନିମିତ୍ତ ରାସାୟନିକ ସାର, କୀଟନାଶକ ଆସିଥିବା ଡି ଏ ଓ ଶ୍ରୀ ସେଠୀ ସୂଚୀତ କରିଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଉପସ୍ଥିତ କୃଷି ଏବଂ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଚାଷୀଙ୍କ ନିମନ୍ତେ ସରକାରୀ ଯୋଜନାର ସହ ଚାଷ ସମ୍ୱନ୍ଧୀୟ ବିଭିନ୍ନ ସାମଗ୍ରୀର ରିହାତି ବ୍ୟବସ୍ଥା କୁ ଉପଲବ୍ଧତା ଓ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ଅଣ ଜଳସେଚିତ ଅଂଚଳ ରେ ଅଣଧାନ ଯଥା କପା, ଡାଲି, ତୈଳବୀଜ, ପନିପରିବା ,କଦଳୀ, ଛତୁ ଚାଷ ଓ ଉଦ୍ୟାନକୃଷି ଉପରେ ଗୁରୁତ୍ୱାରୋପ କରି ଚଳିତ ବର୍ଷର କୃଷିବୀମା ର ଅଗ୍ରଗତି ସହ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଛନ୍ତି l ଯାହା ଜିଲ୍ଲାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ l ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀ ମାନେ କୃଷି ଉଦ୍ୟୋଗ ସ୍ଥାପନା କରିବାରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ପରିସଂଖ୍ୟାନକୁ କେବଳ କାଗଜପତ୍ର ରେ ସୀମିତ ନ ରଖି ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ କରିବା କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହା ସହିତ ଜିଲ୍ଲାର କୃଷି ଓ କୃଷକଙ୍କ ହିତାଦୃଷ୍ଟି ରୁ ସାର, ବିହନ ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହିତ, ଉଦ୍ୟାନ କୃଷି, ଜଳ ସେଚନ, କେନାଲ ଡିଭିଜନର ଯନ୍ତ୍ରୀ, ଯୋଗାଣ ବିଭାଗ, ସେବା ସମବାୟ ଅଧିକାରୀ,ମାର୍କଫେଡ୍ ଅଧିକାରୀ ତଥା ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ଙ୍କ ସହ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା କୃଷି ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l