କର୍କଟ ରୋଗ ରେ ପୀଡିତl କୁନି ଚିକିତ୍ସିତ ହୋଇନପାରି ହାରିଲେ ଜୀବନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗ୍ରା.ପ ଅନ୍ତର୍ଗତ ଭାଲିଆପଦର ଗାଁ ର ଜୈନିକା ନିସହାୟl ମହିଳା କର୍କଟ ରୋଗାଗ୍ରସ୍ତl ପୀଡିତା ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସୁଚନା ଥାଉ କି ନିସହାୟ ଗରିବ କୁନି ପଣ୍ଡା (୫୫) ଦୁରାରୋଗ୍ୟ କର୍କଟ ରୋଗରେ ପିଡିତ ଥିବା ବେଳେ ତାଙ୍କ ସ୍ବାମି ପକ୍ଷାଘାତ ରୋଗରେ ପଡି ରହି ଚାଲିବୁଲି ପାରୁ ନ ଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି କିଛି ନ ଥିବା ବେଳେ ପରିବାର ରେ ମଧ୍ୟ ନିଜର ବୋଲି କେହି ନ ଥିଲେ । ହାତରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ସୁଦ୍ଧା ଉଭୟେ ସଜ୍ୟାସାୟି ଥିଲେ I ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ କେହି ନ ଥିବା ରୁ ଚିକିତ୍ସା ଅଭାବରୁ ଘରେ ପଡି ପଡି ଗୁରୁବାର ସଂନ୍ଧ୍ୟା ସମୟରେ କୁନି ପଣ୍ଡା ଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ପରଳୋକ ପରେ ସ୍ଥାନିୟ ସରପଂଚ ହରିଶ୍ଚନ୍ଦ୍ର ଯୋଜନାରେ ସରକାରି ସହାୟତା ପ୍ରଦାନ କରି ଥିଲେ l ଦାହ ସଂସ୍କାର ପାଇଁ କିଛି ବଦାନ୍ୟ ବ୍ୟକ୍ତି ତଥା ଗ୍ରାମବାସୀ ସହଯୋଗ କରିଥିବା ଜଣାଯାଇଛି ।