ବାଦପୁର ରାଧାକୃଷ୍ଣ ମନ୍ଦିରର ପୂଜକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକ ଗିରଫ ଓ କୋଟ ଚାଲଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିହର ଯୋର ପୋଲିସ ଫାଣ୍ଡି ଅନ୍ତର୍ଗତ ବିରସିଂପୁର ନିକଟରେ ଥିବା ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ଜଣେ ସନ୍ୟାସି ଓ ତାଙ୍କ ସହଯୋଗୀଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ଘଟଣା ରେ ଜଣେ ଯୁବକଙ୍କୁ ଗିରଫ କରିଛି ବୀରମହାରାଜପୁର ପୋଲିସ । ଗିରଫ ଯୁବକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ଗ୍ରାମର ମୋହନ ବାଘ ଙ୍କ ପୁଅ କୃତିବାସ ବାଘ (୩୫) । ଅଭିଯୁକ୍ତ ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି । ସୁଚନା ମତେ ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତ ବିରସିଂପୁର ନିକଟସ୍ଥ ବାଦପୁର ରାଧାକୃଷ୍ଣ ମନ୍ଦିର ରେ ରହୁଥିବା ବାବା ରେଢାଖୋଲ ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ହର ପ୍ରଧାନ ଓ ତାଙ୍କ ଜଣେ ସହଯୋଗୀ ଲୁଲୁ ବାଘର ଙ୍କୁ ଶନିବାର ବିଳମ୍ବିତ ରାତ୍ରୀରେ ଅଭିଯୁକ୍ତ କୃତିବାସ ଓ ଆଉ ତିନି ଜଣ ମାରଣାନ୍ତକ ଆକ୍ରମଣ କରିଥିଲେ ।ଏନେଇ ହରିହର ଯୋର ଫାଣ୍ଡିରେ ଏକ ମାମଲା (କେସ ନଂ ୧୨୩/୨୩) ରୁଜୁ ହୋଇଥିଲା । ତେବେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ବୀରମହାରାଜପୁର ଥାନl ଆଧିକାରିଣୀ ରାଜେଶ୍ବରୀ ଭୋଇ ଦେଇଛନ୍ତି ।