ରକ୍ତଭଣ୍ଡାରରେ ରକ୍ତର ଅଭାବ, ଦେବଦୂତ ସାଜି ଦୁଇ ନାବାଳକଙ୍କୁ ରକ୍ତଦେଲେ, ପଞ୍ଚାନନ ଓ ଶିବ,


ବେଲଗୁଣ୍ଠା, 28/07,ଗତ କିଛି ଦିନ ଧରି ରକ୍ତଦାନ ଶିବିର ଆୟୋଜିତ ହୋଇନଥିବାରୁ ଭଞ୍ଜନଗର ରକ୍ତଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେଇଛି I ଏଠାରେ ରୋଗୀଙ୍କୁ ପୂର୍ବରୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ରୋଗୀଙ୍କୁ ରକ୍ତ ଦେବାକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ରକ୍ତ ମଗାଯାଉଛି I ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ଦୁଇ ନାବାଳକଙ୍କୁ ରକ୍ତଦାନ କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦର ସଭାପତି ପଞ୍ଚାନନ ଓ ସଦସ୍ୟ ଶିବ । ସୂଚନା ପ୍ରକାରେ ବିଞ୍ଚଣା ଗ୍ରାମର ସଂଗ୍ରାମ ନାୟକଙ୍କ ପୁଅ ସାତ୍ତ୍ଵିକ ନାୟକ (13) ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ ବି ପଜିଟିଭ ରକ୍ତର ଆବଶ୍ୟକ ରହିଥିଲା I ସେହିପରି ଜଗନ୍ନାଥପ୍ରସାଦ ବ୍ଳକ୍ ପଞ୍ଚଭୂତି ଗ୍ରାମର ଓମ୍ ନାୟକ(06)ଙ୍କୁ ଏ ପଜିଟିଭ ରକ୍ତର ଆବଶ୍ୟକ ଥିଲା I କିନ୍ତୁ ରକ୍ତଭଣ୍ଡାରରେ ଉଭୟ ବି ପଜିଟିଭ୍ କିମ୍ବା ଏ ପଜିଟିଭ୍ ରକ୍ତ ନଥିବାରୁ ଉଭୟ ପରିବାର ମଧ୍ୟରେ ଭାଳେଣି ପଡ଼ିଯାଇଥିଲା I ଏହି ଖବର ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦର ସଭାପତି ପଞ୍ଚାନନ ନାୟକଙ୍କ ନିକଟରେ ପହଞ୍ଚିବା ପରେ ସେ ସଙ୍ଗେ ସଙ୍ଗେ ଚାରି ଜଣଙ୍କୁ ଧରି ପହଞ୍ଚି ଯାଇଥିଲେ ଭଞ୍ଜନଗର ରକ୍ତଭଣ୍ଡାରରେ I କିନ୍ତୁ ସେଠାରେ ଉଭୟ ବାଳକଙ୍କୁ ଗୋଟିଏ ଗୋଟିଏ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାରୁ ନିଜେ ସଭାପତି ପଞ୍ଚାନନ ନାୟକ ଏବଂ ତାଙ୍କ ସହଯୋଗୀ ଶିବ ପ୍ରସାଦ ସାହୁ ରକ୍ତଦାନ କରି ବାଳକ ଦୁଇଟିକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ I ଉଭୟ ରକ୍ତଦାନ କରି ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ମେଡ଼ିକାଲ୍ ରେ ଥିବା ରୋଗୀଙ୍କୁ ରକ୍ତର ଆବଶ୍ୟକ ପଡିଲେ ଆମକୁ ଯୋଗାଯୋଗ କରିପାରିବେ ବୋଲି ପ୍ରକାଶ କରିଥିଲେ I ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ସଦସ୍ୟଙ୍କ ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I