ରାସ୍ତାକାମ ନାମରେ ଠିକାଦାରଙ୍କ ମାନମାନି, କାମ ନାମରେ ରାସ୍ତା ଖୋଲିଦେଇ ପୋତିବାକୁ ଭୁଲିଯାଇଛ, ବଢୁଛି ଦୁର୍ଘଟଣା,


ବେଲଗୁଣ୍ଠା,28/07, ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଛାଲିଛି ବ୍ରହ୍ମପୁରରୁ ଭଞ୍ଜନଗର ଯାଇଥିବା ରାଜ୍ୟ ରାଜପଥର ଉନ୍ନତିକରଣ ଓ ପ୍ରଶସ୍ତି କରଣ କାର୍ଯ୍ୟ I ଠିକାଦାର ମାନଙ୍କ ମନମାନି ଯୋଗୁଁ ରାସ୍ତା ସାରା ବଡ଼ ବଡ଼ ଗାତ ସୃଷ୍ଟି ହେବା ସହ ଦୁର୍ଘଟଣାର ଭୟ ବଢୁଛି I ସଂପୃକ୍ତ ରାସ୍ତା ନିର୍ମାଣ ସଂସ୍ଥା ରାସ୍ତା କାମ ନାମରେ ରାସ୍ତାର ଉଭୟ ପାର୍ଶ୍ୱକୁ ଖୋଳି ଦେଇ ଠିକ୍ ସମୟ ଭିତରେ ଏହାକୁ ପୋତୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ I ଏଠାରେ ରାସ୍ତା ନିର୍ମାଣକାରି ସଂସ୍ଥା ରାସ୍ତାର ଏକ ପାର୍ଶ୍ୱକୁ ଖୋଳିଦେଇ ଏହାକୁ ପୋତିବା ପାଇଁ ଭୂଲି ଯାଇଛି I ଫଳରେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଛୋଟ ଗାଡ଼ିଆର ଭ୍ରମ ସୃଷ୍ଟି ହେଉଛି I ଲୋକେ ମୁଖ୍ୟ ସଡକରୁ ନିଜ ଘରକୁ ଯିବାକୁ ଏହି ଖାଲକୁ ଅତି କଷ୍ଟରେ ଅତିକ୍ରମ କରୁଛନ୍ତି I ଘରର ବୟସ୍କ ଲୋକ ଏବଂ ଛୋଟ ଶିଶୁ ମାନେ ଏହି ଖାଲ ଦେଇ ଯିବା ଆସିବା ଏକଦମ୍ ଅସମ୍ଭବ ହୋଇପଡ଼ିଛି I ପିଲାମାନେ ଘରୁ ବାହାରିବା ମାତ୍ରେ ଏହି ଖାଲରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି I ରାସ୍ତାରେ ଯାଆଆସ କରୁ୍ଥିବା ଗାଡ଼ି ମଟର ମଧ୍ୟ ବେଳେ ବେଳେ ଏହି ଖାଲରେ ପଡ଼ି ଗାଡ଼ି ସହିତ ଗାଡ଼ି ଚାଳକ ମଧ୍ୟ କ୍ଷତ ବିକ୍ଷତ ହେଉଛନ୍ତି I ସେହିପରି ଖାଲରେ ପାଣି ଜମି ରହୁଥିବା ଯୋଗୁଁ ମଶା ମାଛିଙ୍କ ବଂଶ ବୃ୍ଦ୍ଧି ପାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି I ତେଣୁ ତୁରନ୍ତ ଏହି ଗାତକୁ ପୋତିବା ପାଇଁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ଙ୍କ ସମେତ ଗୋବରାର ଜନ ସାଧାରଣ ଦାବି କରିଛନ୍ତି I