ସନ୍ଥକବି ଚନ୍ଦ୍ରମଣି ଦାସ ଓ ଭୀମ ଭୋଇ ସ୍ମୃତି ନ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ମାଟିଖାଇ ନୂଆପଡା ଠାରେ ସନ୍ଥକବି ଚନ୍ଦ୍ରମଣି ଦାସ ଓ ଭୀମ ଭୋଇ ସ୍କୃତି ନ୍ୟାସ ଗଠନ ସକାଶେ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସାମ୍ବାଦିକ ସମାଜସେବୀ ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ପ୍ରସ୍ତାବିତ ସ୍ମୃତି ନ୍ୟାସ ରେଜିଷ୍ଟ୍ରିକରଣ ନିମନ୍ତେ ପ୍ରସ୍ତୁତ ଟ୍ରଷ୍ଟ ଦଲିଲ ଉପସ୍ଥିତ ସଭ୍ୟମାନଙ୍କୁ ପଢି ଶୁଣାଇ ଦିଆଯାଇଥିଲା I ଟ୍ରଷ୍ଟ ଦଲିଲରେ ସେଟଲର/ସଭାପତି ଗୋରେଖନାଥ ସାହୁ , ଉପ ସଭାପତି ଡ: ଦେବାଶୀଷ ପାଣ୍ଡିଆ , ସଂପାଦକ – ଡ: ଅନିରୁଦ୍ଧ କୁରକୁରିଆ , କୋଷାଧ୍ୟକ୍ଷ – ମୁକୁନ୍ଦ ଧରୁଆ ଏବଂ ସଭ୍ୟ ଭାବେ ମହନ୍ତ ନିମ୍ବାର୍କ ଚରଣ ଦାସ , ଗୌର ଚରଣ ପରିଚ୍ଛା , ସତ୍ୟନାରାୟଣ ପୁଜାହାରୀ , ଦାମୋଦର ମିଶ୍ର ଏବଂ ମହିଳା ସଭ୍ୟା ଭାବେ ଚନ୍ଦ୍ରାବତୀ ପାଣ୍ଡେ ରହିବେ ବୋଲି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା I ପ୍ରସ୍ତାବିତ ଟ୍ରଷ୍ଟ ଦଲିଲ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ରେଜିଷ୍ଟ୍ରିଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା I ସନ୍ଥକବି ଚନ୍ଦ୍ରମଣି ଦାସ ଏବଂ ଭୀମଭୋଇଙ୍କ ଆଧ୍ୟାତ୍ମିକ , ଧାର୍ମିକ ତଥା ସାରସ୍ବତ ନ୍ୟାସର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକାରୀ କମିଟୀ ତରଫରୁ ମତ ପ୍ରକାଶ ପାଇଛି I ଏଭଳି ଏକ ସାଧୁ ଉଦ୍ୟମ ସକାଶେ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଥିବା କମିଟୀ ତରଫରୁ ଜଣାଯାଇଛି I