Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଗାଣ ବର୍ଷାରେ ଭାଙ୍ଗିଲା ସିଣ୍ଢୋଲ ଡାକ୍ତରଖାନା ପାଚେରୀ

ବୀରମହାରାଜପୁର : ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ସରକାରୀ ଡାକ୍ତରଖାନା ର ପାଚେରୀ । ଏଭଳି ଏକ ଚିତ୍ର ଦେଖାଦେଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ସରକାରୀ ଚିକିତ୍ସାଳୟରେ । ସୂଚନା ମୁତାବକ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଉଲୁଣ୍ଡା ଡାକ୍ତର ଖାନାରେ ଦିଆଯାଇଥିବା ସୁରକ୍ଷା ପାଚେରୀ ର ୨ ଟି କାନ୍ଥ ଭୁଶୁଡ଼ି ଯିବା ସହିତ ଆଉ ୨ ଟି କାନ୍ଥରେ ଫାଟ ସ୍ରୁଷ୍ଟି ହୋଇଯାଇଛି । ସୂଚନା ଯୋଗ୍ୟ ଯେ ଉକ୍ତ ପାଚେରୀ କିଛି ମାସ ପୂର୍ବରୁ ମରାମତି କରାଯାଇ ପାଚେରୀର ଉଚ୍ଚତା ବଢା ଯାଇଥିଲା । ମାତ୍ର ନିମ୍ନ ମାନ ର କାମ ଯୋଗୁଁ ଉକ୍ତ ସୁରକ୍ଷା ପାଚେରୀ ଟି ଭାଙ୍ଗି ଯାଇଥିବା ସାଧାରଣରେ ଆଲୋଚନା ହେଉଛି । ଅନ୍ଯ ପଟେ ଘଟଣା ଟି ରାତ୍ରି ସମୟରେ ହୋଇଥିବା ରୁ ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି l କାରଣ ଦିନ ସମୟରେ ଉକ୍ତ ଡାକ୍ତରଖାନାକୁ ବହୁ ରୋଗୀ ଆସିଥାନ୍ତି । ଦୁର୍ଘଟଣା ସ୍ଥାନଟି ଡାକ୍ତରଖାନା କୁ ପ୍ରବେଶ କରିବା ପାଇଁ ଥିବା ମୁଖ୍ଯ ଗେଡ ନିକଟ ଥିବାରୁ ସାଧାରଣ ଲୋକ ତଥା ରୋଗିଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଥିଲା । ଠିକାଦାର ଅଧିକ ଲାଭ ଆଶାରେ ନିମ୍ନମାନ କାମ କରି ପାଚେରୀ ମରାମତି କରିବା ଫଳରେ ଏଇଭଳି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବା ପୂର୍ବକ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।