ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଦୁର୍ଗାଦତ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ଏଡିପିଏଚଓ(ଡିସି) ଡା ରମେଶ ଚନ୍ଦ୍ର ସ୍ବାଇଁ , ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡା. ରବୀନ୍ଦ୍ର ନାଥ ପଣ୍ଡା , ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଡା.ଦେବେନ୍ଦ୍ର ସାହୁ , ଏପିଡୋମିଲୋଜିଷ୍ଟ ଡା.ବିଷ୍ଣୁପ୍ରିୟା ମାଝୀ , ଏଏମ ଏନସିଡି ଗୀତାଞ୍ଜଳୀ ମେହେର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥିମାନେ ହେପାଟାଇଟିସ୍ ରୋଗର ଲକ୍ଷଣ , କାରଣ ଓ ଏହାର ନିରାକରଣ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଏହାର ମୁକାବିଲା କରି ସମସ୍ତେ ସଚେତନ ହୋଇ ଏହି ରୋଗର ମୁଲୋତ୍ପାଟନ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଏଡିପିଏଚଓ ବୃନ୍ଦାବନ ସାହୁ ପରିଚାଳନା କରିଥିବା ବେଳେ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟର ବିପିଏମ ମହେନ୍ଦ୍ର ମିଶ୍ର , ବିଏଏମ ଅବିନାଶ ହୋତା ,ପ ିଏଚଇଓ ସ୍ବର୍ଣ୍ଣପ୍ରଭା ଜୁଏଡ , ଆଲୋକ ସେଠ , ପ୍ରଣବ ମହାପାତ୍ର , ହିମାଂଶୁ ବାରିକ , ମହାନଦୀ ନେତ୍ର ଚିକିତ୍ସାଳୟର କର୍ମକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ହେପାଟାଇଟିସ୍ ଦିବସ ପାଳିତ
