Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଡ଼ ହିଂସା: କେନ୍ଦ୍ର ଓ ଓଡ଼ିଶା ସମେତ ୬ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନସ୍ଵାର୍ଥ ଯାଚିକା ଉପରେ କେନ୍ଦ୍ର ଏବଂ ୬ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଯାଚିକାରେ ମୁସଲମାନଙ୍କ ବିରୋଧରେ ଗୋ ରକ୍ଷା ନାମରେ ହତ୍ୟା ଏବଂ ଭିଡ଼ ଭିତରେ ହତ୍ୟା ଘଟଣାକୁ ନେଇ ଅଭିଯୋଗ ହୋଇଛି। ଏଥିରେ ୨ ମାସରେ ସାମ୍ନାକୁ ଆସିଥିବା ୬ ମାମଲାରେ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଛି। ଏଥିସହ ୨୦୧୮ ତହସିନ ପୁନାଓ୍ଵାଲା ମାମଲାରେ ଏହି ଧରଣର ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ବି ମୁସଲିମଙ୍କ ବିରୋଧରେ ହିଂସା, ବିଶେଷ କରି ଗୋରକ୍ଷକଙ୍କ ଦ୍ଵାରା ହୋଇଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି।

ବିଚାରପତି ବିଆର ଗବଇ ଏବଂ ବିଚାରପତି ଜେବି ପାରଦିବାଲାଙ୍କ ପୀଠ ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ ଦ୍ଵାର ଆଗତ ଯାଚିକା ଉପରେ କେନ୍ଦ୍ର ସରକାର, ହରିୟାଣା, ମଧ୍ୟ ପ୍ରଦେଶ, ବିହାର, ରାଜସ୍ଥାନ, ଓଡ଼ିଶା ଏବଂ ମହାରାଷ୍ଟ୍ର ସହିତ ୬ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି। ଯାଚିକାରେ ଭୁବନେଶ୍ଵର ଏବଂ ରାଜସ୍ଥାନର କୋଟାରେ ଭିଡ଼ ହିଂସା ସମ୍ପର୍କରେ ମଧ୍ୟ ୨ଟି ଉଦାହରଣ ଦିଆଯାଇଛି। ଜୁନ ୧୭ରେ ଓଡ଼ିଶାରେ ଦୁଇ ମୁସଲିମ ପୁରୁଷଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଏମିତି ମାମଲାରେ ୧୫୩(ଏ) ଆଧାରରେ ପୋଲିସ ନିଜ ଆଡ଼ୁ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ ରାଜ୍ୟରେ ଭିଡ଼ ହିଂସାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏ ସଂପର୍କିତ ମାମଲାରେ ପୀଡ଼ିତ ପରିବାରକୁ ତତ୍କାଳ ଆର୍ଥିକ ସହାୟତା ଦିଆଯିବାକୁ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ