Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସି ଏସ ଆର ଏବଂ ପରିବେଶ କନକ୍ଲେଭ -୨୦୨୩ ଉଦଘାଟିତ।

ଗୋପାଳପୁର,୨୯/୦୭ ଗୋପାଳପୁର ସ୍ଥିତ ପାର୍କ ବାୟ ଜୋନ ପରିସରରେ ଓଡିଶା ସି ଏସ ଆର ଫୋରମ୍ ପକ୍ଷରୁ ଓଡିଶା ସି ଏସ ଆର ଏବଂ ପରିବେଶ କନକ୍ଲେଭ -୨୦୨୩ ଆଜି ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟିତ କରିବା ସହ ଦେଶରେ ରହିଥିବା ଶିଳ୍ପ ସଂସ୍ଥା ମାନେ ସେମାନଙ୍କ ଲାଭାଂଶ ର କିଛି ଅର୍ଥ କୁ ଦେଶର ବିକାଶ ରେ ଖର୍ଚ୍ଚ କରୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ରେ ସିଂହଭାଗ ଖର୍ଚ୍ଚ କରୁଥିବା ବେଳେ କେବଳ ୭ ଶତକଡା ପରିବେଶ ସୁରକ୍ଷା ପାଇଁ କେବଳ ଗଛ ଲଗାଇବା ପାଇଁ କରିଥାନ୍ତି।ତା‌ହା ପରିତାପର ବିଷୟ ବୋଲି କହିବା ସହ ଏଥି ପ୍ରତି ସି ଏସ ଆର ଫୋରମ୍ ଅଧିକ ଯତ୍ନବାନ ହେବା ସହ ପରିବେଶ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ପ୍ରତିକ୍ରିୟା ରଖିଥିଲେ। କନକ୍ଲେଭ ଆରମ୍ଭ ରେ ଓଡ଼ିଶା ସି ଏସ ଆର ଫୋରମ୍ ର ଆବାହକ ବି କେ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଲ ଆଇ ସି ବରିଷ୍ଠ ଡିଭିଜିନାଲ ମ୍ୟାନେଜର ଶ୍ରୀକାନ୍ତ ଦାରା ଏବଂ ମୁଖ୍ୟ ବକ୍ତା ଭାବେ ଜେ ଏସ ପି ଏଲ ର ସି ଏସ ଆର ଏବଂ ଶିକ୍ଷା ବିଭାଗ ସଭାପତି ପ୍ରସନ୍ନ ହୋତା ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ବ୍ୟକ୍ତବ ରଖିଥିଲେ।ସଭା ଶେଷରେ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶିଳ୍ପ ସଂସ୍ଥା ର ପ୍ରତିନିଧି ସମେତ ବିଶେଷଜ୍ଞ ମାନେ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ। ଅପରାହ୍ନ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ସୁନ୍ଦର ନାରାୟଣ ପାତ୍ର,ନିଲାମ ମିଶ୍ର , ଡ଼ ବିଶ୍ବ ବନ୍ଦିତା କର,ଓମ୍ ପ୍ରକାଶ ସାହୁ, ମନୋରଞ୍ଜନ ମିଶ୍ର, ଦିଲ୍ଲିପ ମହାନ୍ତି, ଡ଼ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଆଶୁତୋଷ ଦାସ, ଜଗନ୍ନାଥ ଖୁଣ୍ଟିଆ, ଡ଼ ଆଦର୍ଶ ରଥ, ପ୍ରଫେସର ଏନ୍ ସି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଟି ସି ହୋତା,ଆୟୋଜକ କମିଟି ସଦସ୍ୟ ଡ଼ ନୀଳାଦ୍ରି ପାରି, ଡ଼ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଡ଼ ଏ କେ ସାହୁ, ପ୍ରଫେସର ମଳୟ କୁମାର ମିଶ୍ର, ପ୍ରଫେସର ପୁରୁଷୋତ୍ତମ ସାହୁ, ପ୍ରଫେସର ଶିବ ପ୍ରସାଦ ଦାସ, ପ୍ରଫେସର ସତୀଶ ପ୍ରସାଦ ନାୟକ ଓ ଜି ପୁରୁଷୋତ୍ତମ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।