ମିଲେଟ ଚାଷ ଉପରେ ସର୍ବେକ୍ଷଣ କାର୍ଯ୍ୟକ୍ରମ ; ଯୋଗଦେଲେ 80 ଜଣ ମିଲେଟ ଚାଷି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ଓ କେନଝିରିଆପାଲି ପଞ୍ଚାୟତ ରେ ଏନ୍ ସି ଡ଼ି ଏସ୍ ପକ୍ଷରୁ ଓଡ଼ିଶା ମିଲେଟ ମିଶନ ର ଏକ ବେସଲାଇନ ସର୍ଭେକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଗ୍ଲୋବାଲ ଗ୍ରୀନ ର ବ୍ଲକ୍ ସଂଯୋଜକ ରାଜେଶ ପଧାନ ଓ ଚାଷୀବନ୍ଧୁ ଏଗ୍ରିକଲଚର୍ ପ୍ରଡୁସର୍ କମ୍ପାନୀ ଲିମଟେଡ ର ସି ଇ ଓ ସୁଧାଂଶୁ ଶେଖର ନାଗ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏନ୍ ସି ଡ଼ି ଏସ୍ ଭୁବନେଶ୍ୱର ରୁ ସ୍ଵୟଂପ୍ରଜ୍ଞା ପଟ୍ଟନାୟକ , ହେମନ୍ତ ମହାନନ୍ଦ , ମଧୁସ୍ମିତା ଚୌଧୁରୀ ଓ ରମାକାନ୍ତ ପ୍ରଧାନ ଆସି ଦୁର୍ଜନତୈଲା ପଞ୍ଚାୟତ ର ମସିଣା ପାଲି ଓ ମସିଣା ପାଲି ଜଙ୍ଗଲ ଚାଳିଶ ଜଣ ଚାଷୀ ଏବଂ କେନଝିରିଆପାଲି ପଞ୍ଚାୟତ ର ଖଇରମାଲ ଓ ଅମାତପାଲି ଗ୍ରାମର ଚାଳିଶ ଜଣ ଚାଷୀ ଙ୍କ ମାଣ୍ଡିଆ ଓ ଅନ୍ୟାନ୍ୟ ଚାଷ ସମ୍ବନ୍ଧୀୟ ସର୍ଭେକ୍ଷଣ କରିବା ସହ ମାଣ୍ଡିଆ , ବାଜରା ଓ ସର୍ଗମ୍ ଚାଷ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଉପ ସଂଯୋଜକ ବିଶ୍ୱେଶ୍ୱର ଶତପଥୀ , ସି ଆର ପି ଭୈରବ ସାହୁ ,ପ୍ରଦୀପ ପ୍ରଧାନ ଓ ପ୍ରେମାନନ୍ଦ ନାଏକ ସହଯୋଗ କରିଥିଲେ ।