Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅନୁଗୋଳ କିଆକଟା ନରବଳି ଘଟଣା: ଛଅ ଅଭିଯୁକ୍ତଙ୍କୁ ଉଠାଇଲା ପୋଲିସ, ଚାଲିଛି ପଚରା ଉଚୁରା  

ଅନୁଗୋଳ: ଅନୁଗୋଳ କିଆକଟାରେ ନାବାଳକ ସଞ୍ଜୀବ ହତ୍ୟା ମାମଲାରେ ଛଅ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି। ଟୁସର ଗାଁର ମଙ୍ଗଳା ସାଧିକା ଏବଂ ତାଙ୍କ ତିନି ପୁଅ ସମେତ ଛଅ ଅଟକ ଅଛନ୍ତି। ସଞ୍ଜୀବର କିଛି ଅଙ୍ଗ ଗାଏବ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ନରବଳି ଅଭିଯୋଗ ଆଧାରରେ ତଦନ୍ତ କରାଯାଉଥିବା ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି।

ସୂଚନା ଅନୁଯାୟୀ, ସଞ୍ଜୀବଙ୍କ ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜୀବକୁ ତାଙ୍କ ମାଆ ବାସନ୍ତୀ ବିଶ୍ଵାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ। ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରନ୍ତି ଏବଂ ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି କହିଥିଲେ। ପରେ ମଙ୍ଗଳା କୋଠିରେ ସଞ୍ଜୀବ ରାତିରେ ଅଧିଆ ପଡ଼ିଥିଲେ। ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ।

ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲା। ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ। ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। ଏହାସତ୍ତ୍ବେ ସଞ୍ଜୀବ ନ ମିଳିବାରୁ ମା ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା। ପରେ ଏଥିନେଇ ଅନୁଗୋଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ୍ ହୋଇଥିଲେ।

ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୁଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ ଗତକାଲି ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ।

More Stories