ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା 5-t ଅଧୀନରେ ସାମିଲ ହୋଇଥିବା ବୀରମହାରାଜପୁର କଲେଜକୁ ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ସ୍ଥିତି ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ସେ କଲେଜରେ ପହଞ୍ଚିବା ପରେ କଲେଜ ପରିଚାଳନା ସମିତିର ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି , ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ , ଅଧ୍ୟାପକ ବିରଞ୍ଚିନାରାୟଣ ମିଶ୍ର ପ୍ରମୁଖ ଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ଉପଜିଲ୍ଲାପାଳ ପ୍ରସ୍ତାବିତ ସ୍ମାର୍ଟ ଶ୍ରେଣୀ କକ୍ଷ , ପାଠାଗାର ଓ ପଠନ କକ୍ଷ , ବିଜ୍ଞାନଗାର , ଶୌଚାଳୟ ଆଦି ପରିଦର୍ଶନ କରିଥିଲେ I କଲେଜର ୫ଟି ରୂପାନ୍ତରିକରଣ କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମାପ୍ତ ହେବା ସରକାରୀ ନିର୍ଦ୍ଦେଶ ଥିବାରୁ ଏହି ସଂକ୍ରାନ୍ତୀୟ ଆବଶ୍ୟକ ଭିତ୍ତିଭୂମି ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି I ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ I ଉଲ୍ଲେଖଯୋଗ୍ୟାଯେ ଗତ କିଛିଦିନ ପୂର୍ବେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡ୍ୟାନ ସୁବର୍ଣ୍ଣପୁର ଜ଼ିଲ୍ଲାର ସମସ୍ତ କଲେଜକୁ ୫ଟି ରେ ଅନ୍ତର୍ଭୁକ୍ତ ହୋଇଥିବା ଘୋଷଣା କରିଥିଲେ I ଏହାପରେ ଏହି କଲେଜକୁ ଏକ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମିଳି ସାରିଛି I ଏହି ଅର୍ଥରେ କଲେଜର ଭିତ୍ତିଭୂମି ସୁଦୃଢ କରାଯିବା ସହିତ ଉଚ୍ଚଶିକ୍ଷାର ବିକାଶ ସମ୍ପର୍କିତ ଉପକରଣ କିଣାଯିବ I ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବା ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପାଢ଼ୀ ପ୍ରକାଶ କରିଛନ୍ତି I
ଉପଜିଲ୍ଲାପାଳ ଙ୍କ ବୀରମହାରାଜପୁର କଲେଜ ପରିଦର୍ଶନ
